ଆଇଏଏଏଫ୍‌ ହେଲା ୱାର୍ଲଡ ଆଥ୍‌ଲେଟିକ୍ସ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ ଆସୋସିଏସନ୍‌ ଅଫ୍ ଆଥ୍‌ଲେଟିକ ଫେଡେରେସନ୍‌ (ଆଇଏଏଏଫ୍‌)ର ନାଁ ବଦଳିଛି। ଏହି ଅନ୍ତର୍ଜାତୀୟ ଦୌଡ଼କୁଦ ସଂଘ ଆଗକୁ ୱାଲ୍ଡ ଆଥ୍‌ଲେଟିକ୍ସ (ଡବ୍ଲ୍ୟୁଏ) ତଥା ବିଶ୍ବ ଦୌଡ଼କୁଦ ଭାବେ ପରିଚିତ ହେବ। ତେବେ ବିଦ୍ଧିବଦ୍ଧ ଭାବେ ଖାଲି ଏହି ସଂଘର ନାଁ ବଦଳି ନାହିଁ। ଏହାର ଟ୍ବିଟର୍‌ ପୃଷ୍ଠା ଏବଂ ‌ଅଫିସିଆଲ ୱେବ୍‌ସାଇଟ୍‌ ମଧ୍ୟ ବଦଳିଛି। ଆମେ ଏଣିକି ୱାର୍ଲଡ ଆଥ୍‌ଲେଟିକ୍ସ ହୋଇଛୁ ବୋଲି ଆଇଏଏଏଫ୍ ତା’ର ୱେବ୍‌ସାଇଟ୍‌ରେ ଉଲ୍ଲେଖ କରିଛି। ସୂଚନାଯୋଗ୍ୟ ଯେ ଆଇଏଏଏଫ୍‌ ୧୯୧୨ରେ ଆମେଚର ଆଥ୍‌ଲେଟିକ ଫେଡେରେସନ୍‌ ନାମରେ ଗଠନ ହୋଇଥିଲା। ୨୦୦୧ ମସିହାରେ ଏହାର ନାମ ପରିବର୍ତ୍ତନ ହୋଇ ଇଣ୍ଟରନ୍ୟାସନାଲ ଆସୋସିଏସନ୍‌ ଅଫ୍ ଆଥ୍‌ଲେଟିକ ଫେଡେରେସନ୍‌ (ଆଇଏଏଏଫ୍‌) ବା ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ ହୋଇଥିଲା। ଏବେ ଏହା ୱାର୍ଲଡ ଆଥ୍‌ଲେଟିକ୍ସକୁ ପରିବର୍ତନ ହେଲା।

ସମ୍ବନ୍ଧିତ ଖବର