ଟୋକିଓ: ଚଳିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ବୁଧବାର ମଇଦାନକୁ ଓହ୍ଲାଇବେ। ପୁରୁଷ ଜାଭଲିନ୍ ଇଭେଣ୍ଟ୍ ଭାରତୀୟ ସମୟ ଅପରାହ୍ଣ ୩.୪୦ରେ ଆରମ୍ଭ ହେବ। ଏଥିପାଇଁ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିଶ୍ବର ତୃତୀୟ ଖେଳାଳି ଭାବେ ନୀରଜ ଟାଇଟଲ୍ ଡିଫେଣ୍ଡ୍ ଆଶାରେ ରହିଛନ୍ତି। ପୂର୍ବରୁ କେବଳ ଦୁଇ ଜଣ ଚେକ୍ରିପବ୍ଲିକ୍ର କିଂବଦନ୍ତି ଜାନ୍ ଜେଲେନ୍ଜୀ (୧୯୯୩, ୧୯୯୫) ଏବଂ ଗ୍ରେନାଡାର ଆଣ୍ଡରସନ୍ ପିଟରସନ୍ (୨୦୧୯, ୨୦୨୨) କ୍ରମାଗତ ଜାଭଲିନ୍ ବିଶ୍ବ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଜାନ୍ ଜେଲେନ୍ଜୀ ଏବେ ନୀରଜଙ୍କ ପ୍ରଶିକ୍ଷକ ଥିବାରୁ ଗୁରୁଙ୍କ ସମକକ୍ଷ ହେବା ଲକ୍ଷ୍ୟରେ ରହିଛନ୍ତି ଏହି ଭାରତୀୟ କିଂବଦନ୍ତି। ୨୦୨୩ରେ ବୁଦାପେଷ୍ଟ୍ଠାରେ ନୀରଜ ବିଶ୍ବ ଦୌଡ଼କୁଦ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଗତବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ (୮୯.୪୫ ମିଟର୍)ଙ୍କୁ ପଛରେ ପକାଇ ପାକିସ୍ତାନୀ ପ୍ରତିଦ୍ବନ୍ଦ୍ବୀ ଅର୍ସଦ ନଦୀମ (୯୨.୯୭ ମିଟର୍) ସ୍ବର୍ଣ୍ଣ ଛଡ଼ାଇ ନେଇଥିଲେ।। କାରଣ ଟୋକିଓରେ ଅନୁଷ୍ଠିତ ପୂର୍ବ ସଂସ୍କରଣ ଅଲିମ୍ପିକ୍ସରେ ନୀରଜ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ ନୀରଜ ମଧ୍ୟ ପ୍ରଥମ ଥର ଅର୍ସଦଙ୍କ ଆହ୍ବାନର ସମ୍ମୁଖୀନ ହେଉଥିବାରୁ ପ୍ରତିଶୋଧ ନେବା ସମ୍ଭାବନା ରହିଛି। ଉଭୟ କିନ୍ତୁ ଅଲଗା ଅଲଗା ଗ୍ରୁପ୍ରେ ଥିବାରୁ ବୁଧବାର ନୁହେଁ ଯୋଗ୍ୟତା ଅର୍ଜନ କଲେ ଗୁରୁବାର ଫାଇନାଲ୍ ରାଉଣ୍ଡ୍ରେ ମୁକାବିଲା କରିପାରନ୍ତି।