ନାନଜିଙ୍ଗ୍ (ଚୀନ୍): ଭାରତୀୟ ତାରକା ପିଭି ସିନ୍ଧୁ, ସାଇନା ନେହ୍ଵାଲ ଏବଂ ବି ସାଇ ପ୍ରଣୀତ ବିଶ୍ୱ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏମାନଙ୍କ ସହ ମିଶ୍ରିତ ଯୁଗଳରେ ଅଶ୍ୱିନୀ ପୋନ୍ନାପ୍ପା ଓ ସାତ୍ୱିକ ସାଇରାଜ ରେଡ୍ଡୀ ମଧ୍ୟ କ୍ୱାର୍ଟର୍ ଫାଇନାଲ୍ରେ ନିଜ ସ୍ଥାନ ପକ୍କା କରିଛନ୍ତି। ତେବେ ଶୀର୍ଷ ମାନ୍ୟତା ପୁରୁଷ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ଅଟକି ଯାଇଛନ୍ତି। ବୁଧବାର ମହିଳା ଏକକ ପ୍ରି-କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ସିନ୍ଧୁ ୨୧-୧୦, ୨୧-୧୮ରେ ନବମ ମାନ୍ୟତା କୋରିଆର ସୁଙ୍ଗ୍ ଜି ହୁନ୍ଙ୍କୁ ଏବଂ ସାଇନା ୨୧-୧୬, ୨୧-୧୯ରେ ୨୦୧୩ ବିଜୟିନୀ ଥାଇଲାଣ୍ଡ୍ର ରାଚାନୋକ ଇନ୍ଥାନନ୍ଙ୍କୁ ମାତ୍ ଦେଇଥିଲେ। କ୍ୱାର୍ଟର୍ ଫାଇନାଲ୍ରେ ତୃତୀୟ ମାନ୍ୟତା ସିନ୍ଧୁ ଅଷ୍ଟମ ମାନ୍ୟତା ଜାପାନ୍ର ନୋଜୋମି ଓକହୁରାଙ୍କୁ ଏବଂ ଦଶମ ମାନ୍ୟତା ସାଇନା ଦୁଇ ଥରର ବିଶ୍ୱ ବିଜୟିନୀ ସ୍ପେନ୍ର କାରୋଲିନା ମାରିନ୍ଙ୍କୁ ଭେଟିବେ। ପୁରୁଷ ଏକକରେ ପ୍ରଣୀତ ୨୧-୧୩, ୨୧-୧୧ରେ ଡେନ୍ମାର୍କର ହନ୍ସ କ୍ରିଷ୍ଟିଆନ୍ଙ୍କୁ ହରାଇଥିଲେ। ସେମିଫାଇନାଲ୍ ସ୍ଥାନ ପାଇଁ ପ୍ରଣୀତ ଷଷ୍ଠ ମାନ୍ୟତା ଜାପାନ୍ର କେଣ୍ଟୋ ମୋମୋତାଙ୍କୁ ସହ ଖେଳିବେ। ପଞ୍ଚମ ମାନ୍ୟତା ତଥା ଗତଥରର ବିଜେତା ଶ୍ରୀକାନ୍ତ ୧୮-୨୧, ୧୮-୨୧ରେ ମାଲେସିଆର ଲିଉ ଡାରେନ୍ଙ୍କଠୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ। ମିଶ୍ରିତ ଯୁଗଳରେ ଅଶ୍ୱିନୀ-ସାତ୍ୱିକ ୨୦-୨୨, ୨୧-୧୪, ୨୧-୬ରେ ମାଲେସିଆର ଗୋ ସୁନ୍ ହୁଆତ୍-ସେଭନ ଜେମି ଲାଇଙ୍କୁ ହରାଇଥିଲେ। ଏହି ଭାରତୀୟ ଯୋଡ଼ି କ୍ୱାର୍ଟର୍ ଫାଇନାଲ୍ରେ ଶୀର୍ଷ ମାନ୍ୟତା ଚୀନ୍ର ଝେଙ୍ଗ୍ ସିଓ୍ଵି-ହୁଆଙ୍ଗ୍ ୟାକ୍ୱିଙ୍ଗ୍ଙ୍କୁ ଭେଟିବେ।
ବିଶ୍ୱ ବ୍ୟାଡ୍ମିଣ୍ଟନ୍: କ୍ୱାର୍ଟର୍ରେ ସିନ୍ଧୁ, ସାଇନା, ପ୍ରଣୀତ
/sambad/media/post_attachments/wp-content/uploads/2018/03/PV-Sindhu_3-1.jpeg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)