ଟୋକିଓ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଲକ୍ଷ୍ୟ ସେନ୍, କିଦାମ୍ବି ଶ୍ରୀକାନ୍ତ ଏବଂ ଏଚ୍ଏସ୍ ପ୍ରଣୟ ସୋମବାରଠୁ ଆରମ୍ଭ ହୋଇଥିବା ବିଡବ୍ଲୁଏଫ୍ ବିଶ୍ବ ପ୍ରତିଯୋଗିତା ପୁରୁଷ ଏକକର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ୨୦ ବର୍ଷୀୟ ଭାରତୀୟ ଯୁବ ତାରକା ଲକ୍ଷ୍ୟ ସିଧାସଳଖ ୨୧-୧୨, ୨୧-୧୧ରେ ଡେନ୍ମାର୍କର ହନ୍ସ-କ୍ରିଷ୍ଟିଆନ୍ ସୋଲବର୍ଗ ଭିଟିଂଘୁସଙ୍କୁ, କିଦାମ୍ବି ୨୨-୨୦, ୨୧-୧୯ରେ ଅୟର୍ଲାଣ୍ଡର ଏନ୍ହାଟ ଏନ୍ଗୁଏଁଙ୍କୁ ଏବଂ ପ୍ରଣୟ ୨୧-୧୨, ୨୧-୧୧ରେ ଅଷ୍ଟ୍ରିଆର ଲୁକେ ରାବରଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୯ ବିଶ୍ବ କାଂସ୍ୟ ବିଜେତା ବି ସାଇ ପ୍ରଣୀତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେ ୧୫-୨୧, ୨୧-୧୫, ୧୫-୨୧ରେ ବିଶ୍ବର ୪ ନମ୍ବର ଖେଳାଳି ଚାଇନିଜ୍ ତାଇପେର ଚୋଉ ତିଏନ ଚେନ୍ଙ୍କଠୁ ହାରି ଯାଇଥିଲେ। ଅନ୍ୟପକ୍ଷରେ ଭାରତୀୟ ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ପୋନ୍ନପ୍ପା ଓ ଏନ୍ ସିକ୍କି ରେଡ୍ଡୀ, ମିଶ୍ରିତ ଯୁଗଳ ଯୋଡ଼ି ତନିଶା କ୍ରାଷ୍ଟୋ ଓ ଈଶାନ ଭଟନଗର ଏବଂ ପୁରୁଷ ଯୁଗଳ ଯୋଡ଼ି ଧ୍ରୁବ କପିଳ ଓ ଏମ୍ଆର୍ ଅର୍ଜୁନ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।
ବିଶ୍ବ ବ୍ୟାଡ୍ମିଣ୍ଟନ୍: ଲକ୍ଷ୍ୟ, କିଦାମ୍ବି, ପ୍ରଣୟ ଆଗେଇଲେ
/sambad/media/post_attachments/wp-content/uploads/2022/08/lakshya-pranaya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)