ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ପ୍ରି-କ୍ୱାର୍ଟରରେ ସାଇନା

ନାନଜିଙ୍ଗ୍‌ (ଚୀନ୍‌): ଦୁଇ ଭାରତୀୟ ତାରକା ସାଇନା ନେହ୍ଵାଲ୍‌ ଏବଂ କିଦାମ୍ବି ଶ୍ରୀକାନ୍ତ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ବାଇ ପାଇଥିବା ସାଇନା ମଙ୍ଗଳବାର ୨୧-୧୭, ୨୧-୧୮ରେ ତୁର୍କିର ଆଲିଆ ଦେମିରବାଗ୍‌ଙ୍କୁ ପରାସ୍ତ କରି ମହିଳା ଏକକ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ୨୧-୧୫, ୨୧-୧୬ରେ ଆୟର୍ଲାଣ୍ଡ୍‌ର ଏନ୍‌ହାତ୍‌ ଗୁଏଁଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ବି ସାଇ ପ୍ରଣିତଙ୍କ ପ୍ରତିଦ୍ୱନ୍ଦ୍ୱୀ କୋରିଆର ସନ୍‌ ଓ୍ଵାନ୍‌ ହୋ ଓହରିଯିବାରୁ ତାଙ୍କୁ ଓ୍ଵାକ୍‌ ଓଭର ମିଳିଛି। ମିଶ୍ରିତ ଯୁଗଳରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପ୍ପା, ମହିଳା ଯୁଗଳରେ ଏନ୍‌ ସିକ୍କି ରେଡ୍ଡୀ-ଅଶ୍ୱିନୀ, ପୁରୁଷ ଯୁଗଳରେ ସାତ୍ୱିକ ସାଇରାଜ ରେଡ୍ଡୀ ଓ ଚିରାଗ ସେଟ୍ଟୀ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର