ବେଲ୍ଗ୍ରେଡ୍: ଏଠାରେ ଚାଲିଥିବା କୁସ୍ତି ବିଶ୍ବ ଚାମ୍ପିଅନ୍ସିପ୍ରେ ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୂନିଆ (୬୫ କେଜି) କ୍ବାର୍ଟର ଫାଇନାଲ୍ରେ ହାରିଯାଇଛନ୍ତି। ଶନିବାର ଏହି ଭାରତୀୟ ଯୋଦ୍ଧା ଟେକ୍ନିକାଲ ସୁପରିଅରିଟି (୦-୧୦)ରେ ଆମେରିକାର ୟିଆନି ଡିକେମିହେଲିସ୍ଙ୍କ ନିକଟରୁ ପରାଜୟ ବରଣ କରିଛନ୍ତି। ଏବେ ସେ ଡିକେମିହେଲିସ୍ଙ୍କ ଫାଇନାଲ୍ ପ୍ରବେଶକୁ ଅପେକ୍ଷା କରିଛନ୍ତି। ଯଦି ଡିକେମିହେଲିସ୍ ସେମିଫାଇନାଲ୍ ଜିତିନିଅନ୍ତି ତାହାଲେ ବଜରଙ୍ଗଙ୍କୁ ରିପେଚେଜ୍ ଜରିଆରେ କାଂସ୍ୟ ପଦକ ମୁକାବିଲାର ସୁଯୋଗ ମିଳିଯିବ। ଅନ୍ୟପକ୍ଷରେ ୧୮ ବର୍ଷ ବୟସ୍କ ଯୁବ ତାରକା ଜଗ୍ଲାନ (୭୪ କେଜି) ମଙ୍ଗୋଲିଆର ସୁଦ୍ଖୁ ଓଲନବାୟାରଙ୍କୁ ୭-୩ରେ ପରାସ୍ତ କରି କାଂସ୍ୟ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। କାଂସ୍ୟ ପଦକ ପାଇଁ ସେ ଈରାନର ୟୋନ୍ସ ଆଲିକ୍ବାର ଇମାମିଛୋଗାଇଙ୍କ ସହ ଲଢ଼ିବେ। ଏହା ପୂର୍ବରୁ ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ରବି ଦାହିୟା (୫୭ କେଜି) କ୍ବାଲିଫିକେସନ୍ ରାଉଣ୍ଡରେ ଉଜ୍ବେକିସ୍ତାନର ଗୁଲୋମଜନ୍ ଅବ୍ଦୁଲାଇଭ୍ଙ୍କଠାରୁ ହାରି ପଦକ ଦୌଡ଼ରୁ ବାଦ୍ ପଡ଼ିଥିଲେ।
କୁସ୍ତି ବିଶ୍ବ ଚାମ୍ପିଅନ୍ସିପ୍: କ୍ବାର୍ଟରରେ ହାରିଲେ ବଜରଙ୍ଗ; ଜଗ୍ଲାନ କାଂସ୍ୟ ପାଇଁ ଲଢ଼ିବେ
/sambad/media/post_attachments/wp-content/uploads/2021/03/bajarangi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)