ରିୟାଧ (ସାଉଦି ଆରବ): ଚେସ୍ର ଦୁଇଟି ଫର୍ମାଟ୍ (ରାବିଡ୍ ଓ ବ୍ଲିଜ୍)ରେ ଯଥାକ୍ରମେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ଜିତି ଭାରତୀୟ ଗ୍ରାଣ୍ଡ୍ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ ୨୦୧୭ ବର୍ଷକୁ ସଫଳତାର ସହ ବିଦାୟ ଦେଇଛନ୍ତି। ବିଶ୍ୱ ରାପିଡ୍ ଚେସ୍ରେ ବିଜେତା ହୋଇଥିବା ଆନନ୍ଦ ବିଶ୍ୱ ବ୍ଲିଜ୍ରେ ମାତ୍ର ଗୋଟିଏ ମୁକାବିଲା ହାରିଥିଲେ ମଧ୍ୟ କାଂସ୍ୟ ଜିତିବା ବୃହତ୍ ସଫଳତା ବୋଲି କହିଛନ୍ତି ଆନନ୍ଦ। ଉଭୟ ଫର୍ମାଟ୍ରେ ପଦକ ଜିତିବା ନିଶ୍ଚିତ ଗୌରବର ବିଷୟ ବୋଲି ସେ କହିଛନ୍ତି। ବ୍ଲିଜ୍ରେ ମୋଟ ୨୧ ରାଉଣ୍ଡ୍ରୁ ୧୪.୫ ପଏଣ୍ଟ୍ ପାଇ ସେ ରୁଷିଆ ଗ୍ରାଣ୍ଡ୍ମାଷ୍ଟର ସର୍ଗି କାର୍ଜାକିନ୍ଙ୍କ ସହ ମିଳିତ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ ତୃତୀୟରେ ରହି କାଂସ୍ୟ ଜିତିଥିଲେ। ବିଶ୍ୱ କ୍ଲାସିକାଲ୍ ବିଜେତା ନରେଓ୍ଵ ଗ୍ରାଣ୍ଡ୍ମାଷ୍ଟର ମାଗ୍ନସ୍ କାର୍ଲସେନ୍ ସର୍ବାଧିକ ୧୬ ପଏଣ୍ଟ ପାଇ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ କାର୍ଜାକିନ୍ ରୌପ୍ୟ ପଦକ ହାସଲ କରିଥିଲେ। ଆନନ୍ଦ ବ୍ଲିଜ୍ର ଶେଷ ରାଉଣ୍ଡ୍ରେ ଫ୍ରାନ୍ସର ମାକ୍ସିମେ ଭାଚିଅର୍ ଲାଗ୍ରାଭେଙ୍କୁ ପରାସ୍ତ କରିବା ହିଁ ତାଙ୍କୁ କାଂସ୍ୟ ପଦକ ହାସଲର ସୁଯୋଗ ଦେଇଥିଲା।
ବିଶ୍ୱ ବ୍ଲିଜ୍ ପ୍ରତିଯୋଗିତାରେ ଆନନ୍ଦଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2017/12/1-Viswanathan-Anand-after-winning-the-World-Rapid-Championship-title-and-the-bronze-medal-in-Blitz-at-the-King-Salman-World-Rapid-and-Blitz-Championship-in-Riyadh..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)