ସାଉଥମ୍ପଟନ୍: ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ଅବ୍ରାହମ୍ ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ବି ଇଂଲଣ୍ଡରେ ଜାରି ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) କ୍ରିକେଟ୍ ବିଶ୍ୱକପ୍ରେ ଖେଳିବାକୁ ଆଗ୍ରହୀ ଥିଲେ। କ୍ରିକେଟ୍ ସାଉଥ୍ ଆଫ୍ରିକା ଡିଭିଲିୟର୍ସଙ୍କ ଏହି ଆଗ୍ରହକୁ ଅସ୍ୱୀକାର କରିଥିଲା। କ୍ରିକ୍ଇନଫୋ ରିପୋର୍ଟ ଅନୁସାରେ ଡିଭିଲିୟର୍ସ ‘ସିଏସ୍ଏ’କୁ ପ୍ରସ୍ତାବରେ ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାର ୧୫ ଜଣିଆ ଟିମ୍ ଚୟନ ପୂର୍ବରୁ ମେ’ ମାସରେ ପ୍ରସ୍ତାବ ପଠାଇଥିଲେ।
ମାତ୍ର ‘ସିଏସ୍ଏ’ ଡିଭିଲିୟର୍ସଙ୍କ ଏହି ପ୍ରସ୍ତାବକୁ ଖାରଜ କରି କହିଥିଲା ଯେ, ତାଙ୍କୁ ପୁଣି ଥରେ ଟିମରେ ରଖିବା ଠିକ୍ ହେବ ନାହିଁ। ଡିଭିଲିୟର୍ସ କ୍ରିକେଟରୁ ସନ୍ୟାସ ନେବା ପରେ ଟିମ୍ ଏକଜୁଟ ହୋଇ ଖେଳୁଛି। ଖବରରେ ଏହା କୁହାଯାଇଥିଲା ଯେ, ଡିଭିଲିୟର୍ସ ପୁଣି ଥରେ ସାମିଲ ହେବା ପାଇଁ ଫାଫ୍ ଡୁ ପ୍ଲେସିସ, କୋଚ ଓଟିସ ଗିବସ୍ ଏବଂ ଚୟନକର୍ତ୍ତା ପ୍ରମୁଖ ଲିଣ୍ଡା ଜୋଣ୍ଡିଙ୍କୁ ନିବେଦନ କରିଥିଲେ।
ଡିଭିଲିୟର୍ସ ନିଜର ପ୍ରସ୍ତାବରେ କହିଥିଲେ, ସେ ସନ୍ୟାସ ନେଇଥିବା ନିଷ୍ପତ୍ତି ଫେରାଇ ଆଣିବାକୁ ଆଗ୍ରହୀ ଏବଂ ପୁଣି ଥରେ ଟିମ ପାଇଁ ବିଶ୍ୱକପ ଖେଳିବାକୁ ଚାହୁଁଛନ୍ତି। ମାତ୍ର ଟିମ ପରିଚାଳନା ତାଙ୍କ ପ୍ରସ୍ତାବକୁ ଆଗ୍ରହ କରି ନଥିଲା।