ବିଶ୍ୱକପ୍‌: ଇଂଲଣ୍ଡ ବିପକ୍ଷରେ ‘କମଳା’ ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ!

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ର କିଛି ମ୍ୟାଚ୍‌ରେ ଭାରତୀୟ ଟିମ୍‌ ନୀଳ ରଂଗର ଜର୍ସି ବଦଳରେ କମଳା ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇପାରେ। ଭାରତୀୟ ଟିମ୍‌ର ଆଗାମୀ ମୁକାବିଲା ଜୁନ ୨୨ରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବ ଏବଂ ଏହା ପରେ ଜୁନ ୨୭ରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଭେଟିବ। ପୁଣି ଆୟୋଜକ ଇଂଲଣ୍ଡ ଓ ଭାରତ ଜୁନ ୩୦ରେ ମୁହାଁମୁହିଁ ହେବେ।

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଖେଳାଳିଙ୍କର ଜର୍ସି କିଭଳି ରହିବ ସେ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ଚାଲିଛି। କୁହାଯାଉଛି ଯେ, ଭାରତୀୟ ଟିମ୍‌ ଆଫଗାନିସ୍ତାନ ବିପକ୍ଷରେ କମଳା ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇପାରେ। ସୂତ୍ର ଅନୁସାରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ମୁକାବିଲାରେ ଟିମ କମଳା ରଂଗର ଜର୍ସି ପିନ୍ଧି ଓହ୍ଲାଇପାରେ।

ଜର୍ସି ବଦଳିବାର କାରଣ କ’ଣ?

ଉଭୟ ଆଫଗାନିସ୍ତାନ ଓ ଇଂଲଣ୍ଡର ଖେଳାଳି ନୀଳ ରଂଗର ଜର୍ସି ପିନ୍ଧୁଛନ୍ତି। ଆଇସିସି ନିୟମ ଅନୁସାରେ କୌଣସି ଏଭଳି ମ୍ୟାଚରେ ୨ଟି ଟିମ ଗୋଟିଏ ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇପାରିବେ ନାହିଁ। ଫୁଟବଲ ଖେଳରୁ ପ୍ରେରଣା ପାଇ କ୍ରିକେଟରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି।

କେମିତି ରହିବ ଟିମ୍‌ ଇଣ୍ଡିଆର ଜର୍ସି

ଟିମ ଇଣ୍ଡିଆର ପାରଂପରିକ ଜର୍ସିର ରଂଗ ନୀଳ ଅଟେ। ଭାରତୀୟ ଖେଳାଳିଙ୍କ କଲର କମଳା ରଂଗର। ମାତ୍ର ଭାରତୀୟ ଖେଳାଳି ମାନେ ଇଂଲଣ୍ଡ ବିପକ୍ଷରେ ବିପରୀତ ଧରଣର ଜର୍ସି ପିନ୍ଧିବେ। ସେମାନଙ୍କ ଜର୍ସି କମଳା ରଂଗର ରହିପାରେ। କମଳା ରଂଗର ଜର୍ସିରେ ନୀଳ ରଂଗର ସ୍ପଟିକ ରହିବ। ଆଶା କରାଯାଉଛି ଯେ, ଇଂଲଣ୍ଡ ବିପକ୍ଷରେ ଭାରତ ସମସ୍ତ ଦିନିକିଆରେ ଭିନ୍ନ ରଂଗର ଜର୍ସି ପିନ୍ଧିବ।

ଆୟୋଜକ ଦଳ ପାଇଁ ନିୟମ ପରିବର୍ତ୍ତନ ନାହିଁ
ଆୟୋଜକ ଟିମ ପାଇଁ ଜର୍ସି ନେଇ କୌଣସି ନିୟମ ପରିବର୍ତ୍ତନ ହେବ ନାହିଁ। ଆୟୋଜକ ଟିମ ପୂର୍ବ ନିର୍ଦ୍ଧାରିତ ରଂଗର ଜର୍ସି ପିନ୍ଧିପାରିବେ। ବିଶ୍ୱକପର ଚଳିତ ସଂସ୍କରଣ ଇଂଲଣ୍ଡରେ ଖେଳାଯାଉଛି। ଆୟୋଜକ ଟିମ ହୋଇଥିବାରୁ ଇଂଲଣ୍ଡ ନୀଳ ରଙ୍ଗର ଜର୍ସି ପିନ୍ଧିବାକୁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର