ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇକାନା ଷ୍ଟାଡିୟମ୍‌ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଶ୍ରୀଲଙ୍କା ଟିମ୍‌ର ଅଧିନାୟକ କୁଶଳ ମେଣ୍ଡିସ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ସଦ୍ୟତମ ସୂଚନା ଅନୁସାରେ, ୧ ଓଭର ଖେଳି କୌଣସି ୱିକେଟ୍‌ ନ ହରାଇ ଶ୍ରୀଲଙ୍କା ୯ ରନ୍‌ ସଂଗ୍ରହ କରିଛି।

ଶ୍ରୀଲଙ୍କା ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ପଥୁମ୍‌ ନିଶଙ୍କ ଓ କୁଶଳ ପେରେରା।

ଅଷ୍ଟ୍ରେଲିଆ ତରଫରୁ ପ୍ରଥମ ଓଭର୍‌ ବୋଲିଙ୍ଗ୍‌ ଆରମ୍ଭ କରିଛନ୍ତି ମିସେଲ୍‌ ଷ୍ଟାର୍କ।

‘ଟସ୍‌’ ଜିଣିବା ପରେ ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ଡିସ୍‌ କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବୁ। ଏବେ ୱିକେଟ୍‌ ଭଲ ଦିଶୁଛି, ଦ୍ବିତୀୟାର୍ଦ୍ଧ ବେଳକୁ ସାମାନ୍ୟ ବଦଳି ଯାଇ ପାରେ।

ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍‌ କୁମିନ୍‌ସ୍‌ କହିଛନ୍ତି, ଆମେ ବି ପ୍ରଥମେ ଭଲ ବ୍ୟାଟିଙ୍ଗ୍‌ କରିଥାଆନ୍ତୁ। ଗତ ଦୁଇ ଦିନ ହେବ ଆମର ‌‘ଟ୍ରେନିଙ୍ଗ୍‌ ସେସନ୍‌’ ଚାଲିଥିଲା।

ଆଜି ଶ୍ରୀଲଙ୍କା ଏକାଦଶରେ ଖେଳୁଛନ୍ତି, ପଥୁମ୍‌ ନିଶଙ୍କ, କୁଶଳ ପେରେରା, କୁଶଳ ମେଣ୍ଡିସ୍‌ (ୱିକେଟ୍‌ରକ୍ଷକ/ଅଧିନାୟକ), ସାଦୀରା ସମରବିକ୍ରମ, ଚରିତ ଅଶଲାଙ୍କ, ଧନଞ୍ଜୟ ଡି ସିଲ୍‌ଭା, ଚମିକା କରୁଣାତତ୍ନେ, ଦୁନିତ ୱେଲ୍ଲାଲାଗେ, ମହୀଶ ତୀକ୍ଷଣ, ଲାହିରୁ କୁମାର ଓ ଦିଲ୍‌ଶନ୍‌ ମଦୁଶଙ୍କ।

ସେହିପରି ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି, ମିସେଲ୍‌ ମାର୍ସ, ଡେଭିଡ୍‌ ୱାର୍ଣ୍ଣର୍‌, ଷ୍ଟିଭେନ୍‌ ସ୍ମିଥ୍‌, ମାର୍ଣ୍ଣସ୍‌ ଲବୁସେନ୍‌, ଜୋସ୍‌ ଇଙ୍ଗ୍‌ଲିସ୍‌ (ୱିକେଟ୍‌ରକ୍ଷକ), ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌, ମାର୍କସ୍‌ ଷ୍ଟୋଇନିସ୍‌, ମିସେଲ୍‌ ଷ୍ଟାର୍କ, ପ୍ୟାଟ୍‌ କୁମିନ୍ସ୍‌ (ଅଧିନାୟକ), ଆଦାମ ଜାମ୍ପା ଓ ଜୋସ୍‌ ହେଜେଲ୍‌ଉଡ୍‌।