ସାଉଥମ୍ପଟନ୍: ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚ୍ଚର ଓ ମାର୍କ ଉଡ୍ଙ୍କ ଘାତକ ବୋଲିଂ ଯୋଗୁଁ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ୨୧୨ ରନ୍ରେ ଅଲଆଉଟ୍ ହୋଇଛି। ସାଉଥମ୍ପଟନ୍ର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ୧୯ତମ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରିଥିଲା। ଇଂଲଣ୍ଡକୁ ୨୧୩ ରନ୍ ଟାର୍ଗେଟ ମିଳିଛି।
ୱେଷ୍ଟଇଣ୍ଡିଜ୍ ପାଇଁ ସର୍ବୋଚ୍ଚ ରନ୍ ନିକୋଲାସ ପୂରନ ସଂଗ୍ରହ କରିଥିଲେ। ସେ ୭୮ଟି ବଲ ଖେଳି ୬୩ ରନ୍ କରିଥିଲେ। ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଓପନର କ୍ରିସ ଗେଲ ୪୧ଟି ବଲ ଖେଳି ୩୬ ରନ୍, ସିମରନ ହେଟମେୟର ୪୮ଟି ବଲ ଖେଳି ୩୯ ରନ କରିଥିବା ବେଳେ ଆନ୍ଦ୍ରେ ରସେଲ ୧୬ଟି ବଲ ଖେଳି ୨୧ ରନ ଯୋଡ଼ିଥିଲେ। ସେହିଭଳି କାରଲୋସ ବ୍ରାଥେଓ୍ଵଟଙ୍କ ବ୍ୟାଟରୁ ୧୪ ରନ୍ ଓ ସାଇହୋପ ୧୧ ରନ କରିଥିଲେ। ଟିମର ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
ଜୋଫ୍ରା ଆର୍ଚ୍ଚର ୯ ଓଭର ବୋଲିଂରେ ଗୋଟିଏ ମେଡନ ନେଇଥିବା ବେଳେ ୩୦ ରନ ଦେଇଥିଲେ। ସେ ମାତ୍ର ଗୋଟିଏ ଅତିରିକ୍ତ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ। ମାର୍କ ଉଡ ୪.୪ ଓଭର ବୋଲିଂ କରି ୧୮ ରନ୍ ଦେଇଥିଲେ। ସେ ଗୋଟିଏ ଅତିରିକ୍ତ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ। ଜୋଏ ରୁଟଙ୍କୁ ୨ଟି ଓ କ୍ରିସ ଓ୍ଵକସ୍ ଓ ଲିଆମ ପ୍ଲୁକେତଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/WI.jpg)