କୋଟ୍‌ଲାରେ କଡ଼ା ଲଢ଼େଇ:ନିର୍ଣ୍ଣାୟକ ଦିନିକିଆରେ ବିଶ୍ବକପ୍‌ ଆଶାୟୀ

ମଜାଦାର ତଥ୍ୟ ଭାରତ ମାଟିରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ୨୦୦୯ରେ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିଥିଲା। କିନ୍ତୁ ୦-୨ରେ ପଛୁଆ ରହିବା ପରେ କେବେ ବି ଶୃଙ୍ଖଳା ଜିତିବାର ନଜିର ରଖିନାହିଁ। ୨୦୨୦ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଲିଗ୍‌ ପୂର୍ବରୁ ଏହା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ୫ ମ୍ୟାଚ୍‌ ଶୃଙ୍ଖଳା। ଲିଗ୍‌ରେ ୩ ମ୍ୟାଚ୍‌ ଶୃଙ୍ଖଳା ରହିବ। ରୋହିତ ଶର୍ମା ଯଦି ଲଗାତାର ଅର୍ଧଶତକ ହାସଲ କରନ୍ତି ତେବେ ଏକ ବିରଳ କ୍ଲବ୍‌ରେ ସାମିଲ ହେବେ। ୮୦୦୦ ରନ୍‌ ଠାରୁ ସେ ମାତ୍ର ୪୬ ରନ୍ ଦୂରରେ ରହିଛନ୍ତି। ଏହି କ୍ଲବ୍‌ରେ ପୂର୍ବରୁ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି, ସଚିନ ରମେଶ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ଙ୍କ ସହ ଅନେକ ଖେଳାଳି ରହିଛନ୍ତି। ଏ କ୍ଷେତ୍ରରେ ସେ ଗାଙ୍ଗୁଲିଙ୍କ ଦ୍ରୁତତମ କୀର୍ତିମାନର ସମକକ୍ଷ ହେବା ସମ୍ଭାବନା ରହିଛି। ଗାଙ୍ଗୁଲି ନିଜର ୨୦୦ତମ ପାଳିରେ ହିଁ ୮,୦୦୦ ରନ୍ ପୂରଣ କରିଥିଲେ। ଏହାଠାରୁ ଦ୍ରୁତତମ ଭାବେ ଶୀର୍ଷ ୨ ସ୍ଥାନରେ ରହିଛନ୍ତି ବିରାଟ କୋହଲି (୧୭୫) ଏବଂ ତାଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାଥୀ ଏବି ଡି’ଭିଲିୟର୍ସ (୧୮୨)। କ୍ରିକେଟ୍‌ କଥନ ମୋହାଲି ୱିକେଟ୍ ମ୍ୟାଚ୍‌ ସାରା ଭଲ ରହିଥିଲା। ଆମେ କିନ୍ତୁ ଲଗାତାର ମ୍ୟାଚ୍‌ରେ କାକର ପ୍ରଭାବର ଖରାପ ପାର୍ଶ୍ବରେ ରହିଲୁ। ଏହାକୁ ମୁଁ ଦୋଷ ଛଡ଼ାଇବାକୁ କହୁନାହିଁ। କିନ୍ତୁ ୫ ୱିକେଟ୍ ନେବା ପରେ ୧୦ରୁ ଊର୍ଧ୍ବ ହାରରେ ରନ୍ ବ୍ୟୟ କରିବା କଷ୍ଟକର।‌ ଶେଷ ଭାଗରେ ବୋଲିଂ କରିବା କଷ୍ଟସାଧ୍ୟ ଥିଲା ବୋଲି କହିଛନ୍ତି କୋହଲି।

ମଜାଦାର ତଥ୍ୟ
ଭାରତ ମାଟିରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ୨୦୦୯ରେ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିଥିଲା। କିନ୍ତୁ ୦-୨ରେ ପଛୁଆ ରହିବା ପରେ କେବେ ବି ଶୃଙ୍ଖଳା ଜିତିବାର ନଜିର ରଖିନାହିଁ। ୨୦୨୦ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଲିଗ୍‌ ପୂର୍ବରୁ ଏହା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ୫ ମ୍ୟାଚ୍‌ ଶୃଙ୍ଖଳା। ଲିଗ୍‌ରେ ୩ ମ୍ୟାଚ୍‌ ଶୃଙ୍ଖଳା ରହିବ। ରୋହିତ ଶର୍ମା ଯଦି ଲଗାତାର ଅର୍ଧଶତକ ହାସଲ କରନ୍ତି ତେବେ ଏକ ବିରଳ କ୍ଲବ୍‌ରେ ସାମିଲ ହେବେ। ୮୦୦୦ ରନ୍‌ ଠାରୁ ସେ ମାତ୍ର ୪୬ ରନ୍ ଦୂରରେ ରହିଛନ୍ତି। ଏହି କ୍ଲବ୍‌ରେ ପୂର୍ବରୁ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି, ସଚିନ ରମେଶ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ଙ୍କ ସହ ଅନେକ ଖେଳାଳି ରହିଛନ୍ତି। ଏ କ୍ଷେତ୍ରରେ ସେ ଗାଙ୍ଗୁଲିଙ୍କ ଦ୍ରୁତତମ କୀର୍ତିମାନର ସମକକ୍ଷ ହେବା ସମ୍ଭାବନା ରହିଛି। ଗାଙ୍ଗୁଲି ନିଜର ୨୦୦ତମ ପାଳିରେ ହିଁ ୮,୦୦୦ ରନ୍ ପୂରଣ କରିଥିଲେ। ଏହାଠାରୁ ଦ୍ରୁତତମ ଭାବେ ଶୀର୍ଷ ୨ ସ୍ଥାନରେ ରହିଛନ୍ତି ବିରାଟ କୋହଲି (୧୭୫) ଏବଂ ତାଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାଥୀ ଏବି ଡି’ଭିଲିୟର୍ସ (୧୮୨)।
କ୍ରିକେଟ୍‌ କଥନ
ମୋହାଲି ୱିକେଟ୍ ମ୍ୟାଚ୍‌ ସାରା ଭଲ ରହିଥିଲା। ଆମେ କିନ୍ତୁ ଲଗାତାର ମ୍ୟାଚ୍‌ରେ କାକର ପ୍ରଭାବର ଖରାପ ପାର୍ଶ୍ବରେ ରହିଲୁ। ଏହାକୁ ମୁଁ ଦୋଷ ଛଡ଼ାଇବାକୁ କହୁନାହିଁ। କିନ୍ତୁ ୫ ୱିକେଟ୍ ନେବା ପରେ ୧୦ରୁ ଊର୍ଧ୍ବ ହାରରେ ରନ୍ ବ୍ୟୟ କରିବା କଷ୍ଟକର।‌ ଶେଷ ଭାଗରେ ବୋଲିଂ କରିବା କଷ୍ଟସାଧ୍ୟ ଥିଲା ବୋଲି କହିଛନ୍ତି କୋହଲି।

ସମ୍ବନ୍ଧିତ ଖବର