ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍ର ୫ମ ମ୍ୟାଚରେ ବାଂଲାଦେଶ ରବିବାର ଦକ୍ଷିଣ ଆଫ୍ରିକାକୁ ୨୧ ରନ୍ରେ ପରାସ୍ତ କରିଛି। ଚଳିତ ବିଶ୍ୱକପ୍ରେ ବାଂଲାଦେଶ ପ୍ରଥମ ଏସୀୟ ଦେଶ ଭାବେ ମ୍ୟାଚ ଜିତିଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚ ହାରିଛନ୍ତି।
ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୩୩୧ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ୍ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୩୦୯ ରନ୍ କରିଛି। ମୁସ୍ତାଫିଜୁର ରହମାନ୍ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ସଫଉଦ୍ଦୀନ ୨ଟି, ମେହେନ୍ଦି ହାସନ ଓ ସାକିବୁଲ ହାସନ୍ ୧-୧ ଓ୍ଵିକେଟ୍ ନେଇଛନ୍ତି।
ଆରମ୍ଭରୁ ଟିମ୍ ଭଲ ବ୍ୟାଟିଂ କରିଥିଲା। ସ୍କୋର ୪୯ ରନରେ କ୍ୱିଣ୍ଟନ ଡି କକଙ୍କୁ ହରାଇଥିଲା। ସେହିଭଳି ସ୍କୋର ୧୦୨ ରନ୍ରେ ଆଇଡେନ ମାର୍କମ, ୧୪୭ ରନ୍ରେ ଫାଫ ଡୁପ୍ଲେସି, ୨୦୨ ରନ୍ରେ ଡାଭିଡ ମିଲର, ୨୨୮ ରନ୍ରେ ରସାଇ ଭାନ୍ ଡେର ଦୁସେନ, ୨୫୨ ରନ୍ରେ ଆନ୍ଦିଲେ ଫେଲୁକଓ୍ଵାଓ, ୨୫୭ ରନ୍ରେ କ୍ରିସ ମୋରିସ୍, ୨୮୭ ରନ୍ରେ ଜେପି ଦୁମିନି ଆଉଟ୍ ହୋଇଥିଲେ।
ଦକ୍ଷିଣ ଆଫ୍ରିକା ପାଇଁ ଡୁପ୍ଲେସିସ୍ ସର୍ବାଧିକ ୬୨ ରନ୍, ମାର୍କମ ଓ ଦୁମିନି ୪୫-୪୫ ରନ୍ ଯୋଡ଼ିଥିଲେ। ସେହିଭଳି ଦୁସେନଙ୍କ ୪୧ ରନ୍, ଡି କକଙ୍କ ୨୩ ରନ୍ ବଳରେ ଦକ୍ଷିଣ ଆଫ୍ରିକାର ସ୍କୋର ୩୦୦ ରନ୍ ଅତିକ୍ରମ କରିଥିଲା।
ପ୍ରଥମ ଇନିସରେ ସାକିବୁଲ ହାସନ୍ (୭୫ ରନ୍) ଓ ମୁସଫିକର ରହିମ (୭୮ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ରବିବାର ଦକ୍ଷିଣ ଆଫ୍ରିକାକୁ ୩୩୧ ରନ୍ ଟାର୍ଗେଟ ଦେଇଥିଲା। ଲଣ୍ଡନ୍ର ଓଭାଲ ଷ୍ଟାଡିୟମ୍ରେ ଟସ୍ ଜିଣି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍ ୫୦ ଓଭରରେ ୬ ଓ୍ଵିକେଟ ହରାଇ ୩୩୦ ରନ୍ କରିଥିଲା।
ଆରମ୍ଭରୁ ବାଂଲାଦେଶ ଭଲ ବ୍ୟାଟିଂ କରିଥିଲା। ସ୍କୋର୍ ୬୦ ରନ୍ରେ ଟିମ୍ ନିଜର ପ୍ରଥମ ଓ୍ଵିକେଟ୍ ଭାବେ ତମିମ୍ ଇକ୍ବାଲକୁ ହରାଇଥିଲା। ବାଂଲାଦେଶର ୨ୟ ଓ୍ଵିକେଟ ବେଳକୁ ସ୍କୋର ୭୫ ରନ୍ ଥିବା ବେଳେ ୩ୟ ଓ୍ଵିକେଟ୍ ବେଳକୁ ସ୍କୋର ୨୧୭ ରନ୍ ପହଂଚିଥିଲା। ସ୍କୋର ୨୪୨ ରନ୍ରେ ୪ର୍ଥ, ୨୫୦ ରନ୍ରେ ୫ମ ଓ୍ଵିକେଟ୍ ହରାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/JP-Dumuni.jpg)