ମସ୍କୋ,: ବିଶ୍ୱକପ୍ ବେଳାରେ ଫୁଟବଲ୍ ପ୍ରେମୀ ଏକସଙ୍ଗରେ ବହୁ ପ୍ରତିଭାସଂପନ୍ନ ତାରକାଙ୍କ ଖେଳ ଦେଖୁଛନ୍ତି। ୩୨ ଦଳିଆ ପ୍ରତିଯୋଗିତା ଅବସରରେ ମସ୍କୋ ଏହି ଫୁଟ୍ବଲ୍ ତାରକାଙ୍କ ସହ ସେମାନଙ୍କ ସୁନ୍ଦରୀ ପତ୍ନୀ ଓ ପ୍ରେମିକାଙ୍କ ଘର ପାଲଟିଛି। ସଫଳ ଫୁଟ୍ବଲ୍ ତାରକାଙ୍କ ପଛରେ ଥିବା ଏହି ଆକର୍ଷଣୀୟ ଓ୍ଵାଗ୍ସ ଏବେ ବିଶ୍ୱକପ୍ ସୁନ୍ଦରୀର ମାନ୍ୟତା ଲାଭ କରିଛନ୍ତି।
ବ୍ରୁନା ମାର୍କ୍ୱେଜାଇନ୍ (ନେମାର, ବ୍ରାଜିଲ)
ବ୍ରାଜିଲୀୟ ତାରକା ନେମାରଙ୍କ ପ୍ରେମିକା ହେଉଛନ୍ତି ବ୍ରୁନା ମାର୍କ୍ୱେଜାଇନ୍। ଜଣେ ମଡେଲ ଭାବେ ଆଶାତୀତ ସଫଳତା ପାଇଥିବା ବ୍ରୁନା ବିଶ୍ୱକପ୍ର ଅନ୍ୟତମ ଆକର୍ଷଣ। ବ୍ରାଜିଲ ଚଳଚ୍ଚିତ୍ର ଜଗତର ସଫଳ ଅଭିନେତ୍ରୀ ବ୍ରୁନା ଗତବର୍ଷଠାରୁ ନେମାରଙ୍କ ପ୍ରେମରେ ପଡ଼ିଛନ୍ତି।
ଜର୍ଜିନା ରୋଡ୍ରିଗେ୍ଵଜ୍ (କ୍ରିଷ୍ଟିଆନୋ ରୋନାଲଡୋ, ପର୍ତୁଗାଲ)
/sambad/media/post_attachments/wp-content/uploads/2018/06/3-Cristiano-Ronaldo-with-his-current-girlfriend-300x267.jpg)
ପର୍ତୁଗାଲ ଫୁଟ୍ବଲ୍ ଦଳର ମେରୁଦଣ୍ଡ ଏବଂ ଫୁଟବଲ୍ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋଙ୍କ ପ୍ରେମିକା ହେଉଛନ୍ତି ଜର୍ଜିନା ରୋଡ୍ରିଗେ୍ଵଜ୍। ଉଭୟ ୨୦୧୬ରୁ ଏକାଠି ଅଛନ୍ତି। ଉଭୟଙ୍କର ଆଲନା ମାର୍ଟିନା ନାମରେ ଏକ ୭ ମାସର ଝିଅ ଅଛି। ପେସାରେ ଜର୍ଜିନା ଜଣେ ମଡେଲ ଏବଂ ଅଭିନେତ୍ର୍ରୀ।
ଆଣ୍ଟୋନେଲା ରୋକୁଜୋ (ଲିଓନେଲ୍ ମେସି, ଆର୍ଜେଣ୍ଟିନା)
/sambad/media/post_attachments/wp-content/uploads/2018/06/2-Lionel-Messi-and-Antonella-Roccuzzo-at-their-wedding.-300x277.jpg)
ଆଣ୍ଟୋନେଲା ହେଉଛନ୍ତି ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍ ମେସିଙ୍କ ପିଲାଦିନର ପ୍ରେମିକା ଏବଂ ପତ୍ନୀ। ଉଭୟଙ୍କର ଥିଏଗୋ ଏବଂ ମାଟିଓ ନାମରେ ଦୁଇଟି ପୁଅ ଅଛନ୍ତି। ଆଣ୍ଟୋନେଲା ସଂପ୍ରତି ଗର୍ଭବତୀ ଅଛନ୍ତି। ମେସିଙ୍କ ଭଳି ଚର୍ଚିତ ଖେଳାଳିଙ୍କ ପତ୍ନୀ ହୋଇଥିଲେ ମଧ୍ୟ ଫୁଟବଲର ଚାକଚକ୍ୟ ଭରା ଦୁନିଆରୁ ସେ ପ୍ରାୟତଃ ଦୂରେଇ ରୁହନ୍ତି।
ରେବେକା ଭାର୍ଡି (ଜାମି ଭାର୍ଡି, ଇଂଲଣ୍ଡ)
ରେବେକା ହେଉଛନ୍ତି ଇଂଲିସ୍ ଫୁଟ୍ବଲର ଜାମି ଭାର୍ଡିଙ୍କ ପତ୍ନୀ। ଗଣମାଧ୍ୟମରୁ ଦୂରେଇ ରହୁଥିବା ରେବେକା ଗତବର୍ଷ ବ୍ରିଟେନର ଏକ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମରେ ବାହାରିବା ପରେ ବେଶ୍ ଚର୍ଚିତ ହୋଇଥିଲେ। ଜାମି ଏବଂ ରେବେକା ୨୦୧୪ରେ ଭେଟାଭେଟି ହୋଇଥିଲେ। ଏକ ନାଇଟ୍ କ୍ଲବରେ କାମ କରୁଥିବା ରେବେକାଙ୍କୁ ଜମି ପ୍ରଥମ ଦେଖାରେ ମନ ଦେଇ ଦେଇଥିଲେ। ଦୁଇ ବର୍ଷ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଆନାସ୍ତାସିଆ କୁଦ୍ରିଆସୋଭା (ଫିଦୋର କୁଦ୍ରିଆସୋଭା, ରୁଷିଆ)
ମଡେଲ ଆନାସ୍ତାସିଆ କୁଦ୍ରିଆସୋଭା ହେଉଛନ୍ତି ବିଶ୍ୱକପ୍ ଆୟୋଜକ ରୁଷିଆର ରକ୍ଷଣଭାଗ ଖେଳାଳି ଫିଦୋର କୁଦ୍ରିଆସୋଭାଙ୍କ ପତ୍ନୀ। ତାଙ୍କୁ ରୁଷିଆର ମ୍ୟାଚ୍ ବେଳେ ଅନେକ ସମୟରେ ଭିଆଇପି ଷ୍ଟାଣ୍ଡରେ ଦେଖିବାକୁ ମିଳେ।
ପିଲାର ରୁବିଓ (ସର୍ଗିଓ ରାମୋସ, ସ୍ପେନ୍)
/sambad/media/post_attachments/wp-content/uploads/2018/06/10-Pilar-Rubio-has-been-rated-among-the-sexiest-women-by-FHM-magazine.-187x300.jpg)
ସ୍ପେନୀୟ ରକ୍ଷଣଭାଗ ଖେଳାଳି ସର୍ଗିଓ ରାମୋସଙ୍କ ପତ୍ନୀ ପିଲାର ରୁବିଓ ହେଉଛନ୍ତି ଜଣେ ମଡେଲ। ତାଙ୍କୁ ଏଫ୍ଏଚ୍ଏମ୍ ପତ୍ରିକା ସେକ୍ସିଏଷ୍ଟ୍ ଓମାନର ଉପାଧୀ ଦେଇଛି। ସ୍ପେନୀୟ ଟେଲିଭିଜନ ଚ୍ୟାନେଲରେ ସେ ଉପସ୍ଥାପିକା ଭାବେ କାର୍ଯ୍ୟ କରନ୍ତି। ବଦରାଗି ରାମୋସଙ୍କୁ ନିୟନ୍ତ୍ରଣରେ ରଖିବା କିନ୍ତୁ ତାଙ୍କ ପାଇଁ କାଠିକର ପାଠ ହେବାରେ ଲାଗିଛି।
ରୁବି ମାଏ (ଡେଲେ ଅଲ୍ଲୀ, ଇଂଲଣ୍ଡ)
ରୁବି ମାଲି ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକ୍ରପିୟ। ସେ ମଧ୍ୟ ଚାନେଲ, ଡୋଲ୍ସ ଏବଂ ଗବାନା ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡର ସଫଳ ମଡେଲ। ରୁବି ହେଉଛନ୍ତି ଇଂଲଣ୍ଡର ଯୁବ ତାରକା ଡେଲେ ଅଲ୍ଲୀଙ୍କ ପ୍ରେମିକା)।
ଏଦୁର୍ନେ ଗର୍ସିଆ (ଡେଭିଡ୍ ଡେ ଜିଆ, ସ୍ପେନ୍)
ମାଞ୍ଚେଷ୍ଟର ୟୁନାଇଟେଡ୍ ଏବଂ ସ୍ପେନ୍ ଜାତୀୟ ଦଳର ସଦସ୍ୟ ଡେଭିଡ୍ ଡେ ଜିଆ ସଂପ୍ରତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗୋଲ୍ ରକ୍ଷକ। ତାଙ୍କ ସୁନ୍ଦରୀ ପତ୍ନୀ ଏଦୁର୍ନେ ଏକାଧାରାରେ ଜଣେ ଗାୟିକା, ଅଭିନେତ୍ରୀ ଓ ଟେଲିଭିଜନ ଉପସ୍ଥାପିକା।
ଆନ୍ନା ଲିଓ୍ଵାନ୍ଦୋସ୍କା (ରୋବର୍ଟ ଲିଓ୍ଵାନ୍ଦୋସ୍କା, ପୋଲାଣ୍ଡ)
ପୋଲାଣ୍ଡ ଫୁଟବଲ୍ ଦଳର ଅଧିନାୟକ ରୋବର୍ଟ ଲିଓ୍ଵାନ୍ଦୋସ୍କାଙ୍କ ପତ୍ନୀ ଆନ୍ନା ଲିଓ୍ଵାନ୍ଦୋସ୍କା ଦେଖିବାକୁ ଯେତିକି ସୁନ୍ଦରୀ ଖେଳାଖେଳିରେ ମଧ୍ୟ ସେତିକି ସଫଳ। ସେ ଜଣେ ପୂର୍ବତନ ବିଶ୍ୱ କରାଟେ ବିଜୟିନୀ ମଧ୍ୟ। ଅନ୍ତର୍ଜାତୀୟ କରାଟେରେ ସେ ୩୦ରୁ ଅଧିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ମଧ୍ୟ ଏକ ଖାଦ୍ୟ ପ୍ରସ୍ତୁତକାରୀ କଂପାନି ରହିଛି। ସେ ହେଉଛନ୍ତି ବେୟର୍ନ ମ୍ୟୁନିକର ପୂର୍ବତନ ଖେଳାଳି କ୍ଲାରାଙ୍କ ଝିଅ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/1-Shakira-performs-on-stage..jpg)