କଟକ: କ୍ରିକେଟ ବିଶ୍ବକପ୍ରେ ଭାରତ ବିଜୟୀ ହେବ। ସବୁ ଦଳ ଉପରେ କୋହଲି ବାହିନୀ ଭାରି ପଡ଼ିବେ। ଏଥର ବିଶ୍ବକପ୍ ଭାରତ ହାତକୁ ଆସିବା ନିଶ୍ଚିତ। ଏଭଳି କିଛି ପୂର୍ବାନୁମାନ କରିଛନ୍ତି କଟକ ରାଇଜି˚ ଷ୍ଟୁଡେଣ୍ଟ କ୍ଲବ୍ର ଖେଳାଳିମାନେ। ବିଶ୍ବକପ୍ କ୍ରେଜ୍ ଏବେ ଚରମ ସୀମାରେ ପହଞ୍ଚିଲାଣି। ତେଣୁ କ୍ଲବ୍ର ଏହି ଖେଳାଳିମାନେ ଚାତକ ଭଳି ବିଶ୍ବକପ୍କୁ ଅପେକ୍ଷା କରିଛନ୍ତି। କୋହଲିଙ୍କ କଭର ଡ୍ରାଇଭ୍ ହେଉ କି ବୁମ୍ରାଙ୍କ ୟର୍କର, ସବୁକିଛି ରୋମାଞ୍ଚ ଭରା ମୁହୂର୍ତ୍ତ ଦେଖିବାକୁ ମିଳିବ ବୋଲି ଖେଳାଳିମାନେ କହିଛନ୍ତି। କିଏ ଧାଵନ ଫ୍ୟାନ୍ ତ ଆଉ କିଏ ଧୋନିଙ୍କ ଫ୍ୟାନ୍। କୋହଲିଙ୍କ ପାଇଁ ତ ଅଧିକା˚ଶ ପାଗଳ। ଆଇପିଏଲ୍ରେ ଶେଷ ହୋଇଥିବା ଅଧ୍ୟାୟ ଏବେ ବିଶ୍ବକପ୍ରେ ମିଳିତ ଶକ୍ତି ଭାବେ ଉଭା ହୋଇ ପୁରା ବିଶ୍ବ ଉପରେ ପ୍ରଭାବ ବିସ୍ତାର କରିବେ ଭାରତୀୟ ଖେଳାଳିମାନେ। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ତିଜ୍ କିମ୍ବା ଶ୍ରୀଲଙ୍କା ସମସ୍ତଙ୍କୁ ଧୂଳି ଚଟେଇ ଭାରତ ତୃତୀୟ ଥର ବିଶ୍ବବିଜେତା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।
।ବିଶ୍ବଜିତ ପାତ୍ର/sambad/media/post_attachments/wp-content/uploads/2019/05/spo-300x158.jpg)
ବିରାଟ କୋହଲିଙ୍କ ଗ୍ରାଉଣ୍ତ ସଟ୍ ଓ ରିସ୍କ ନେଇ ଖେଳିବା ଶୈଳୀ ମୋତେ ବହୁତ ପସନ୍ଦ। ଦଳର ଭାର ନିଜ କାନ୍ଧକୁ ନେଇ ସେ ମ୍ୟାଚ ଶେଷ କରିଥାନ୍ତି। ବିଶ୍ବକପ୍ରେ ମଧ୍ୟ ସେ ଭାରତର ମୁଖ୍ୟ ଅସ୍ତ୍ର ଭାବେ ଉଭା ହେବେ। ଭୁବନେଶ୍ବର କୁମାର, ବୁମ୍ରା ଏବ˚ ସ୍ପିନ୍ ବାହିନୀ ଏବେ ଭଲ ଲୟରେ ଅଛନ୍ତି। ଧାଵନ, ରୋହିତ ଆରମ୍ଭରୁ ବଡ଼ ସଟ୍ ମାରିବେ। ଧୋନି, ପାଣ୍ତ୍ୟା ଦଳର ମେରୁଦଣ୍ତ ଭଳି କାମ କରିବେ। ତେଣୁ ଭାରତ ସନ୍ତୁଳିତ ଥିବାରୁ ଏଥର ନିଶ୍ଚିତ ବିଜୟୀ ହେବ।
।ଦିଗ୍ବିଜୟ ପାତ୍ର
ବିଶ୍ବକପ୍ ଦେଖିବାକୁ ସବୁବେଳେ ଆଗ୍ରହ ରହିଛି। ଏବେ ସ୍କୁଲ୍ ଛୁଟି ଥିବାରୁ ମ୍ୟାଚ ଦେଖିବାରେ କିଛି ସମସ୍ୟା ହେବନି। ଫାଙ୍କା ସମୟ ବାହାରକରି ପରିବାର ସହିତ ମ୍ୟାଚ ଦେଖିବି। ତେବେ ବିଶ୍ବକପ୍ରେ ପାକିସ୍ଥାନ, ଇ˚ଲଣ୍ତ, ଅଷ୍ଟ୍ରେଲିଆ ସହିତ ଭାରତର ଭଲ ସ˚ଘର୍ଷ ହେବ। କୋହଲି, ବୁମ୍ରା, ଧୋନିଙ୍କୁ ମୁଁ ବହୁତ ଭଲ ପାଏ। ତେଣୁ ଏମାନେ ଆମକୁ ନିରାଶ କରିବେନି ବୋଲି ମୋର ଆଶା।
।ପ୍ରିନ୍ସ ସଙ୍କେତ ବେହେରା
ଭାରତର ମ୍ୟାଚ ଯେତେବେଳେ ବି ହୁଏ ତାହାକୁ ହାତଛଡ଼ା କରିପାରେନି। ବିଶ୍ବକପ୍ରେ ଭାରତ ମ୍ୟାଚକୁ ଘରେ ବସି ଦେଖିବାପାଇଁ ମୁଁ ଯୋଜନା କରିଛି। ବ୍ୟକ୍ତିଗତ ଭାବେ ମୁଁ ବାମହାତୀ ଖେଳାଳି ହୋଇଥିବାରୁ ଶିଖର ଧାଵନଙ୍କ ବଡ଼ ପ୍ରଶ˚ସକ। ତାଙ୍କର ଗବ୍ବର ଅନ୍ଦାଜ୍ ମୋତେ ବହୁତ ପସନ୍ଦ। ତେଣୁ ସେ ଆରମ୍ଭରୁ ଚୌକା, ଛକାର ବର୍ଷା କଲେ ଭାରତ ପ୍ରତ୍ୟେକ ମ୍ୟାଚରେ ବଡ଼ ସ୍କୋର କରିପାରିବ।
।ତନ୍ମୟୀ ବେହେରା
ବିଶ୍ବକପ୍ରେ କେବଳ ଗୋଟିଏ ଦଳକୁ ଭଲ କହିବା ଠିକ୍ ନୁହେଁ। ପ୍ରତ୍ୟେକ ଦଳରେ ପ୍ରତିଭାବାନ୍ ଅଭିଜ୍ଞ ଖେଳାଳିମାନେ ଅଛନ୍ତି। ତେଣୁ କାହା ସପକ୍ଷରେ କିମ୍ବା କାହା ବିପକ୍ଷରେ ଯିବା ଅପେକ୍ଷା ଆମେ କନିଷ୍ଠ ଖେଳାଳିମାନେ ଆନ୍ତର୍ଜାତିକ ଖେଳାଳିଙ୍କଠୁ ବହୁତ କିଛି ଶିଖିବା ଦରକାର। ମୁଁ ସବୁ ଖେଳାଳିଙ୍କ ସଟ୍ ମାରିବା କୌଶଳକୁ ଶିଖିବାକୁ ଚେଷ୍ଟା କରିବି। ଭାରତର ପ୍ରାରମ୍ଭିକ ଯୋଡି ଭଲ ଅଛି। ଦଳରେ ପ୍ରତ୍ୟେକ ଖେଳାଳିମାନଙ୍କ ପାଖରେ ଅଭିଜ୍ଞତା ଅଛି। ତଥାପି ଧୋନିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅଧିନାୟକ ନହେଲେ ବି ଏବେବି ସେ ମ୍ୟାଚ ଅଧାରୁ ନେତୃତ୍ବ ନେଇ ଦଳକୁ ଜିତାଇବାର ଦକ୍ଷତା ରଖୁଛନ୍ତି।
କଟକରେ କ୍ରିକେଟ୍ ବିଶ୍ବକପ୍ କ୍ରେଜ୍
ରାଇଜି˚ ଷ୍ଟୁଡେଣ୍ଟ କ୍ଲବ୍
/sambad/media/post_attachments/wp-content/uploads/2019/05/rising-student-club.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)