ଲଣ୍ଡନ: କ୍ରିକେଟ୍ ବିଶ୍ବକପର ଏକ ଲକ୍ଷରୁ ଅଧିକ ଟିକେଟ ମହିଳାମାନେ କିଣିଛନ୍ତି। ସେହିଭଳି ୨ ଲକ୍ଷରୁ ଅଧିକ ନୂଆ କ୍ରିକେଟ୍ ପ୍ରେମୀ ଏଥର ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବେ। ଆଇସିସି ପ୍ରତିଯୋଗିତା ନିର୍ଦେଶକ ଷ୍ଟିଭ୍ ଏଲୱର୍ଦି ଏହି ଦାବି କରିଛନ୍ତି। ସେ କହିଛନ୍ତି, ଆମ ପାଖରେ ହିସାବ ଅଛି ଯେ ୧,୧୦,୦୦୦ ମହିଳା ବିଶ୍ବକପର ଟିକେଟ କିଣିଛନ୍ତି। ସେହିଭଳି ୧ ଲକ୍ଷରୁ ଅଧିକ ୧୬ ବର୍ଷରୁ କମ୍ କ୍ରିକେଟ୍ ପ୍ରେମୀ ବିଶ୍ବକପ୍ ଦେଖିବାକୁ ଆସିବେ। ୨ ଲକ୍ଷରୁ ଅଧିକ ପ୍ରଶଂସକ ପ୍ରଥମ ଥର ପାଇଁ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବେ। ବିଶ୍ବକପର ଦ୍ବାଦଶ ସଂସ୍କରଣ ପୂର୍ବର ସବୁ ସଂସ୍କରଣଠାରୁ ଅଧିକ ସଫଳତା ପାଇବ ବୋଲି ଏଲୱର୍ଦି ଆଶାପ୍ରକାଶ କରିଛନ୍ତି। ଟିକେଟ ପାଇଁ ୩୦ ଲକ୍ଷରୁ ଅଧିକ ଆବେଦନ ମିଳିଥିଲା। ଗୋଟିଏ ଗୋଟିଏ ମ୍ୟାଚ୍ ଲାଗି ୪,୦୦,୦୦୦ ଆବେଦନ ମିଳିଥିଲା ବୋଲି ସେ ସୂଚନା ଦେଇଛନ୍ତି।
ଏକ ଲକ୍ଷରୁ ଅଧିକ ମହିଳା କିଣିଛନ୍ତି ବିଶ୍ବକପ୍ ଟିକେଟ
/sambad/media/post_attachments/wp-content/uploads/2019/05/World_Cup_2019_logo_svg-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)