ବିଶ୍ବକପ୍‌ କଥନ

।ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଶତକ ଜମାଇଥିବା ଲୋକେଶ ରାହୁଲ୍‌ ବିଶ୍ବକପ୍‌ ପାଇଁ ଚର୍ଚ୍ଚିତ ୪ ନମ୍ବର ସ୍ଥାନ ଦୌଡ଼ର ଆଗରେ ରହିବେ। ତାଙ୍କର ଫର୍ମ ମଧ୍ୟକ୍ରମରେ ତାଙ୍କ ସକାରାତ୍ମକ ଆଭିମୁଖ୍ୟକୁ ପ୍ରମାଣିତ କରିଛି। ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ ଯଦିଓ ବିଜୟ ଶଙ୍କରଙ୍କୁ ଏହି କ୍ରମ ପାଇଁ ବାଛୁଛନ୍ତି, ତଥାପି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ ପାଇଁ ଦଳୀୟ କର୍ତୃପକ୍ଷ ରାହୁଲ୍‌ଙ୍କ ନା ବିଚାରକୁ ନେବ। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରୁ ବଞ୍ଚିତ ହୋଇଥିବା ଶଙ୍କର ବାଂଲାଦେଶ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ସଂପୂର୍ଣ୍ଣ ବିଫଳ ରହିଥିଲେ। ଯାହାକି ତାଙ୍କୁ ରାହୁଲ୍‌ଙ୍କ ପଛକୁ ଠେଲିଦେଇଛି।
-ବିରାଟ କୋହଲି, ଭାରତୀୟ ଦଳର ଅଧିନାୟକ
।ଧୋନିଙ୍କ ଅଭିଜ୍ଞତା ହିଁ ଭାରତୀୟ ଦଳକୁ ଯଥେଷ୍ଟ ସହାୟକ ହେବ। ୨୦୧୧ ବିଶ୍ବ ବିଜେତା ଦଳର ଅଧିନାୟକ ଧୋନି ଆଧୁନିକ କ୍ରିକେଟ୍‌ରେ ସର୍ବଶ୍ରେଷ୍ଠ ଫିନିସର ଭାବେ ଗଣା ହେଉଛନ୍ତି। ଆଉ ୱିକେଟ୍‌ ପଛରେ ତାଙ୍କ ସଫଳତା ହିଁ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ। ଏହା ସତ୍ତ୍ବେ ପୂର୍ଣ୍ଣାଙ୍ଗ ବୋଲିଂ ଆକ୍ରମଣ ରଖିଥିବା ଯୋଗୁଁ ଭାରତ ତୃତୀୟ ଥର ବିଶ୍ବ ବିଜେତା ହେବ ବୋଲି ମୋର ବିଶ୍ବାସ।
-ସଚିନ୍‌ ତେନ୍ଦୁଲକର, ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌
।ନେତୃ୍ତ୍ବ ନେବାଠାରୁ ହିଁ କୋହଲି ପୋଖତ ହୋଇଯାଇଛନ୍ତି। ୪ ବର୍ଷ ପୂର୍ବେ ତାଙ୍କ ନେତୃତ୍ବ ଶୈଳୀ ଯାହା ଥିଲା ଏବେ ସେଥିରେ ଯଥେଷ୍ଟ ପରିବର୍ତନ ଆସିଛି। ଇଂଲଣ୍ଡ ବିଶ୍ବକପ୍‌ରେ ଭାରତକୁ ନେତୃତ୍ବ ଦେବାରେ ତାଙ୍କଠୁ ଯୋଗ୍ୟ ଆଉ କେହି ହୋଇନଥାନ୍ତେ।
-କପିଳ ଦେବ, ୧୯୮୩ ବିଶ୍ବ ବିଜେତା ଦଳର ଅଧିନାୟକ
।ଧୋନି ଅନ୍ୟର ମାନସିକତାକୁ ବେଶ୍‌ ଭଲ ଭାବେ ପଢ଼ିପାରନ୍ତି। ସେ ନେତୃତ୍ବ ଛାଡ଼ି ଦେଇପାରିଥାନ୍ତି, ହେଲେ ତାଙ୍କଠୁ ନେତୃତ୍ବ କାଢ଼ି ନେଇହେବ ନାହିଁ। ଦଳରେ ଯୁବ ଖେଳାଳିଙ୍କ ପାଇଁ ସେ ଜଣେ ମନସ୍ତତ୍ବବିତ୍‌।
-ୟୁଜ୍‌ବେନ୍ଦ୍ର ଚହଲ୍‌, ଭାରତୀୟ ଦଳର ସ୍ପିନର
।ରସିଦ ଖାନ୍‌ ଓ ସୁନୀଲ ନରିନ୍ ଏମିତି ଦୁଇ ଜଣ ବୋଲର, ଯିଏ ଆପଣଙ୍କୁ ଯେ କୌଣସି ମୁହୂର୍ତରେ ଚକମା ଦେଇ ପାରିବେ। ଅନେକ ସମୟରେ ମୁଁ ସେମାନଙ୍କୁ ସହଜରେ ଖେଳିନେବି ବୋଲି ଭା‌ବେ। ହେଲେ ଅସଲ ସମୟରେ ସବୁ କିଛି ଫସର ଫାଟିଯାଏ।
-ଗ୍ଲେନ୍ ମ୍ୟାକ୍ସୱେଲ୍, ଅଷ୍ଟ୍ରେଲିଆ ଅଲରାଉଣ୍ଡର
।ମୁଁ ଯେତେବେଳେ ଅଧିନାୟକ ଥିଲି ଜନ୍ ରାଇଟ୍ ସବୁ ନିଷ୍ପତ୍ତି ନେଉଥିଲେ। ଜଣେ ଆଜ୍ଞାଧୀନ ଛାତ୍ର ଭାବେ ମୁଁ ସେସବୁକୁ ମାନି ନେଉଥିଲି। ୨୦୦୩ ବିଶ୍ବକପ୍ ବେଳେ କିନ୍ତୁ ଆମେ ବହୁତ ମଜା କରିଥିଲୁ।
-ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ

ସମ୍ବନ୍ଧିତ ଖବର