ବିଶ୍ବକପ୍‌ ଫାଇନାଲ୍‌ ଟିକେଟ୍‌ର ମୂଲ୍ୟ ୧୪ ଲକ୍ଷ ଟଙ୍କ‌ା!

ଲଣ୍ଡନ୍‌ ରବିବାର ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଲର୍ଡସ ପଡ଼ିଆରେ ଖେଳାଯିବ ଚଳିତ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌। ଆୟୋଜକ ଇଂଲଣ୍ଡ ଫାଇନାଲ୍‌ ଖେଳୁଥିବାରୁ ସ୍ଥାନୀୟ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଯାଇଛି। ପୂର୍ବରୁ ଘରୋଇ ଦର୍ଶକମାନେ ଟିକେଟ୍‌ କିଣି ନଥିବା ବେଳେ ଏବେ ଟିକେଟ୍‌ ମିଳୁ ନାହିଁ। ଏହାର ଫାଇଦା ନେଇ କିଛି କଳାବାଜାରି ପ୍ରକୃତ ମୂଲ୍ୟଠାରୁ ଢେର ଅଧିକ ଦାମରେ ଟିକେଟ୍‌ ବିକ୍ରି କରୁଥିବା ସୂଚନା ମିଳିଛି। ୨୫୦୦୦ ଟଙ୍କା ମୂଲ୍ୟର ଟିକେଟ୍‌ ଏବେ କଳାବଜାରରେ ପ୍ରାୟ ୧୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଯାହା ପ୍ରକୃତ ମୂଲ୍ୟଠାରୁ ୫୦ ଗୁଣ ଅଧିକ ରହିଛି। ଅନ୍ୟପକ୍ଷରେ ଭାରତ ଫାଇନାଲ୍‌ ଖେଳିବ ବୋଲି ଆଶା ବାନ୍ଧି ଟିକେଟ କିଣି ସାରିଥିବା ଭାରତୀୟ ପ୍ରଶଂସକମାନେ ଦଳ ବିଦା ହୋଇଯିବା ପରେ ଏବେ ଟିକେଟ ପୁନଃବିକ୍ରି କରୁଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର