ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ପାରା ବନ୍ଧୁକଚାଳନା ବିଶ୍ବକପ୍ରେ ମନୀଷ ନରୱାଲ ଓ ରୁବିନା ଫ୍ରାନ୍ସିସ୍ ଯୋଡ଼ି ଭାରତକୁ ତୃ୍ତୀୟ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି। ପୂର୍ବରୁ ଟୋକିଓ ପାରାଲିମ୍ପିକ୍ସ ବିଜୟିନୀ ଅବନୀ ଲେଖରା ମହିଳା ୧୦ ମିଟର ଏୟାର ରାଇଫଲ ଏସ୍ଏଚ୍୧ ବର୍ଗରେ ବିଶ୍ବ କୀର୍ତ୍ତିମାନ ସ୍କୋର୍ ୨୫୦.୬ ସହ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ମିଶ୍ରିତ ୧୦ ମିଟର ଏୟାର ରାଇଫଲ ଏସ୍ଏସ୍-୨ରେ ରାମକୃଷ୍ଣ ୨୫୩.୧ ସ୍କୋର୍ ସହ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ଗୁରୁବାର ନରୱାଲ-ଫ୍ରାନ୍ସିସ୍ ୧୦ ମିଟର ପି୬ ପିସ୍ତଲ ମିଶ୍ରିତ ଦଳଗତ ଇଭେଣ୍ଟ ଫାଇନାଲ୍ରେ ଚାଇନିଜ୍ ଯୋଡ଼ି ୟାଙ୍ଗ୍ ଚାଓ ଓ ମିନ୍ ଲି’ଙ୍କୁ ୧୭-୧୧ରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ଏହି ଭାରତୀୟ ଯୋଡ଼ି ବିଶ୍ବ କୀର୍ତ୍ତିମାନ ଯୋଗ୍ୟତା ସ୍କୋର୍ ୫୬୫ ସହ ଫାଇନାଲ୍ରେ ପହଞ୍ଚିଥିଲେ।
ପାରାବନ୍ଧୁକଚାଳନା ବିଶ୍ବକପ୍: ନରୱାଲ-ଫ୍ରାନ୍ସିସ୍ଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2022/06/4s654hf65h4sf564f65fhshsfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)