।ଏଥର ବିଶ୍ବକପ୍‌ରେ ଭାରତ ପାଇଁ ଲୋକେଶ ରାହୁଲ୍‌ ହିଁ ୪ ନମ୍ବର ବିକଳ୍ପ ଭା‌ବେ ଉଭା ହେବେ। ଇଂଲିସ୍‌ ପରିବେଶରେ ତାଙ୍କର କୌଶଳ ଏବଂ ମାନସିକତା ଦଳ ପାଇଁ ଫାଇଦା ଆଣିବ। ମୋ ମତରେ ଶିଖର ଧାୱନ୍‌ ଓ ରୋହିତ ଶର୍ମା ପ୍ରାରମ୍ଭିକ ଯୋଡ଼ି ଭାବେ ନିଶ୍ଚିତ ଥିଲା ବେଳେ ବିରାଟ କୋହଲି ୩ ନମ୍ବରରେ ବ୍ୟାଟିଂ କରିବା ଥୟ। ତେଣୁ ଅନ୍ୟ କାହାରି ତୁଳନାରେ ରାହୁଲ୍‌ ହିଁ ବିତର୍କିତ ୪ ନମ୍ବରରେ ବ୍ୟାଟିଂ କରିବାର ଶ୍ରେଷ୍ଠ ବିକଳ୍ପ। କାରଣ ଏହି କ୍ରମ ପାଇଁ ଜଣେ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍‌ ରହିବା ଜରୁରୀ। ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ମଧ୍ୟ ଏଥର ବିଶ୍ବକପ୍‌ରେ ସେମିଫାଇନାଲ୍‌ ନିଶ୍ଚିତ ଖେଳିବ ଏବଂ ଟ୍ରଫି ଜିତିବାର ଦାବିଦାର ରହିବ।
-ଦିଲୀପ ଭେଙ୍ଗ୍‌ସର୍‌କାର, ୧୯୮୩ ବିଶ୍ବ ବିଜେତା ଦଳର ସଦସ୍ୟ ତଥା ଚୟନ ସମିତି ପୂର୍ବତନ ଅଧ୍ୟକ୍ଷ