ଭୁବନେଶ୍ୱର ଆସିବ ପାକିସ୍ତାନୀ ହକି ଟିମ୍‌, ବିଶ୍ୱକପ୍‌ ପାଇଁ ମିଳିଲା ଭାରତର ଭିଜା

କରାଚୀ: ପାକିସ୍ତାନ ହକି ଟିମ୍‌କୁ ଭୁବନେଶ୍ୱରରେ ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବାକୁ ଭାରତର ଭିଜା ମିଳିଛି। ଭାରତୀୟ ଉଚ୍ଚାୟୋଗ ପାକିସ୍ତାନୀ ଖେଳାଳିଙ୍କୁ ଶନିବାର ଭିଜା ଜାରି କରିଛି। ଏହା ବ୍ୟତୀତ ନୂଆ ପ୍ରାୟୋଜକ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଖର୍ଚ୍ଚ ପାଇଁ ୯୦ ଲକ୍ଷ ଟଙ୍କା ଦେଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହକି ବିଶ୍ୱକପ୍‌ରେ ୧୬ଟି ଟିମ୍‌ ଭାଗ ନେଉଛନ୍ତି।

ପାକିସ୍ତାନୀ ହକି ମହାସଂଘର ସଂପାଦକ ଶାହବାଜ ଅହମଦ ସ୍ପଷ୍ଟ କରିଛନ୍ତି ଯେ, ଟିମ ସହିତ ଜଡିତ ସମସ୍ତ ମାମଲାର ସମାଧାନ ହୋଇଛି। ମୁଖ୍ୟ କୋଚ ତୌକିର ଦର ଏବଂ ସହାୟକ କୋଚ ଦାନିଶ କଲିମଙ୍କୁ ଏପର୍ଯ୍ୟନ୍ତ ଭିଜା ପ୍ରାପ୍ତ ହୋଇ ନାହିଁ। ସେ କହିଛନ୍ତି, ଉଭୟଙ୍କ ଆବେଦନ ବିଳମ୍ବରେ ଜମା ହୋଇଥିଲା। ଭାରତୀୟ ଉଚ୍ଚାୟୋଗ କହିଛନ୍ତି, ସେମାନଙ୍କୁ ଖୁବ ଶୀଘ୍ର ଭିଜା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ ୨ ବର୍ଷ ତଳେ ଭାରତୀୟ ସହର ଲକ୍ଷ୍ନୌ ଠାରେ ଜୁନିଅର ବିଶ୍ୱକପ ଆୟୋଜନ ହୋଇଥିଲା। ଭିଜା ନ ମିଳିବାରୁ ପାକିସ୍ତାନୀ ଟିମ ଜୁନିଅର ବିଶ୍ୱକପରେ ଭାଗ ନେଇ ନଥିଲା।

ସମ୍ବନ୍ଧିତ ଖବର