ନୂଆଦିଲ୍ଲୀ: ଅନ୍ତିମ ଲିଗ୍ ଖେଳିବା ପୂର୍ବରୁ ଭାରତୀୟ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ଶେଷ ହୋଇଯିବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ୨୦୧୨ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରିପାରିନାହିଁ। ଭାରତକୁ ଦୃଢ଼ ଦାବିବାର କୁହାଯାଉଥିଲେ ମଧ୍ୟ ବିରାଟ କୋହଲିଙ୍କ ଦଳ ସମ୍ପୂର୍ଣ୍ଣ ନିରାଶ କରିଥିଲା। ଭାରତର ବିପର୍ଯ୍ୟୟ ନେଇ ପୂର୍ବତନ ମହାନ କ୍ରିକେଟର୍ ମଦନ ଲାଲ୍ ଅନେକ କାରଣ ଦର୍ଶାଇଛନ୍ତି। ଖେଳାଳିମାନେ ଗୋଟିଏ କଥାରେ ଉପନୀତ ହେବା ଉଚିତ୍ ଯେ ବିଶ୍ବକପ୍ ଗୁରୁତ୍ବପୂର୍ଣ୍ଣ ନା ଆଇପିଏଲ୍ ବୋଲି ମଦନ ଲାଲ୍ ପ୍ରଶ୍ନ କରିଛନ୍ତି। ବିଗତ କିଛି ମାସ ଧରି ମାତ୍ରାଧିକ କ୍ରିକେଟ୍ ଖେଳିବାରୁ ଏଭଳି ଫଳ ମିଳିଛି ବୋଲି ସେ ଅନ୍ୟତମ କାରଣ ଦର୍ଶାଇଥିଲେ। ଜୈବ ବଳୟ କାରଣରୁ ଖେଳାଳିମାନେ କ୍ଲାନ୍ତ ହୋଇପଡ଼ିଥିଲେ କିନ୍ତୁ ଏହାକୁ ନେଇ ଖେଳାଳି କ୍ଷମା ମାଗି ପାରିବେନାହିଁ। ନ୍ୟୁଜିଲାଣ୍ଡ୍-ଭାରତ ମ୍ୟାଚ୍କୁ ମନେ ପକାନ୍ତୁ, କିୱି ଖେଳାଳିମାନେ ହିଟ୍ କରୁଥିବା ବେଳେ ବଲ୍ ଷ୍ଟାଡିୟମ୍ ବାହାରକୁ ଚାଲିଯାଉଥିଲା, ଆମ ଖେଳାଳି ହିଟ୍ ମାରିବା ବେଳେ କ୍ଷେତ୍ରରକ୍ଷକଙ୍କ ହାତରେ ବଲ ପହଞ୍ଚୁଥିଲା। ପାକିସ୍ତାନ ଓ ଇଂଲଣ୍ଡ ଖେଳାଳିମାନେ ସତେଜ ଥିବାରୁ ଭଲ ଖେଳିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ପ୍ରସଙ୍ଗ, ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଶୀର୍ଷକ୍ରମ ବ୍ୟାଟିଂରେ ପରିବର୍ତନ ଭୁଲ ଥିଲା। ରୋହିତ ଶର୍ମା ଓପନିଂ ନ କରିବା ଏବଂ ବିରାଟ କୋହଲି ୩ ନମ୍ବରରେ ବ୍ୟାଟିଂ ନ କରିବା ଭୁଲ ଥିଲା ବୋଲି କହିଥିଲେ ୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ମଦନ ଲାଲ୍। ଏବେ ଯୁବ ଖେଳାଳିଙ୍କୁ ସାମିଲ କରିବାର ବେଳ ଆସିଛି। ୟୁଝବେନ୍ଦ୍ର ଚହଲ ଏବଂ ହର୍ଷଲ ପଟେଲ ଖେଳିଥିଲେ ଏଭଳି ବିପର୍ଯ୍ୟୟ ଘଟିନଥାନ୍ତା ବୋଲି ମଦନ ଲାଲ୍ ଦୃଢ଼ତାର ସହ କହିଥିଲେ।
ବିଶ୍ବକପ୍ ଗୁରୁତ୍ବପୂର୍ଣ୍ଣ ନା ଆଇପିଏଲ୍: ପ୍ରଶ୍ନ ଉଠାଇଲେ ମଦନ ଲାଲ୍
/sambad/media/post_attachments/wp-content/uploads/2019/01/Madan-Lal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)