ବନ୍ଧୁକଚାଳନା କନି‌ଷ୍ଠ ବିଶ୍ବକପ୍‌: ୩୦ ପଦକ ସହ ଶୀର୍ଷରେ ଅଭିଯାନ ‌େଶଷ କଲା ଭାରତ

ଲିମା (ପେରୁ): ଲାଟିନ୍‌ ଆମେରିକୀୟ ଦେଶ ପେରୁର ରାଜଧାନୀ ଲିମାଠାରେ ଆୟୋଜିତ ଆଇଏସ୍‌ଏସ୍‌ଏଫ୍ ବିଶ୍ବ କନିଷ୍ଠ ବନ୍ଧୁକଚାଳନା ପ୍ରତିଯୋଗିତାରେ ମୋଟ ୩୦ ପଦକ ସହ ଭାରତ ଅଭିଯାନ ଶେଷ କରିଛି। ଶୁକ୍ରବାର ଦଶମ ତଥା ଅନ୍ତିମ ଦିବସରେ ଭାରତ ୭ (୩ ସ୍ବର୍ଣ୍ଣ, ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ) ପଦକ ଅମଳ କରିଥିଲା। ଫଳରେ ଏହି ବିଶ୍ବକପ୍‌ରେ ଭାରତ ୧୩ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୬ କାଂସ୍ୟ ସହିତ ମୋଟ ୩୦ ପଦକ ହାସଲ କରି ତାଲିକାର ଶୀର୍ଷ ସ୍ଥାନରେ ଅଭିଯାନ ଶେଷ କରିଛି। ଭରତ ପଛକୁ ୬ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୨୦ ପଦକ ହାସଲ କରି ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି।

ଶୁକ୍ରବାର ପୁରୁଷ ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲ ଦଳଗତ ଇଭେଣ୍ଟରେ ଅନିଶ ଭନୱାଲା, ଆଦର୍ଶ ସିଂହ ଓ ବିଜୟବୀର ସିଧୁ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ ଏହି ତିନି ତାରକା ମୋଟ ୧୦ ସ୍କୋର୍‌ କରି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ଜର୍ମାନି ଦ୍ବିତୀୟରେ ରହି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ଏହାପରେ ମାନବୀ ସୋନି (୧୦୫) ନିଜ ଦେଶର ୟେସାୟା ହାଫିଜ୍‌ କଣ୍ଟ୍ରାକ୍ଟର (୯୦)ଙ୍କୁ ପରାସ୍ତ କରି ଭାରତ ପାଇଁ କନିଷ୍ଠ ଡବଲ୍‌ ଟ୍ରାପ୍‌ ସ୍ବର୍ଣ୍ଣ ପଦକ ଜିତି ନେଇଥିଲା ବେଳେ ହିତାଶା (୭୬) କାଂସ୍ୟ ପଦକ ଜିତିଥିଲେ। ସେହିପରି ବିନୟ ପ୍ରତାପ ସିଂହ ଚନ୍ଦ୍ରୱାତ୍‌ (୧୨୦ ସ୍କୋର୍‌) ପୁରୁଷ ଡବଲ୍‌ ଟ୍ରାପ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟ‌େର ସେହଜପ୍ରୀତ୍‌ ସିଂହ (୧୧୪) ଏବଂ ମୟଙ୍କ ସୋକିନ (୧୧୧) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ଏହା ପୂର୍ବରୁ ଆୟୂଷୀ ପୋଦାର ଓ ଐଶ୍ଚର୍ଯ୍ୟ ପ୍ରତାପ ସିଂହ ଟୋମାର ୫୦ ମିଟର ରାଇଫଲ ଥ୍ରି ପୋଜିସନ୍‌ ମିଶ୍ରିତ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର