ଲଣ୍ଡନ : ଆଜି ଲଣ୍ଡନର ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ପାକିସ୍ତାନ ବାଂଲାଦେଶକୁ ଭେଟୁଛି । ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ ପ୍ରଥମେ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଆଜିର ମ୍ୟାଚ ଏକ ବଡ଼ ବ୍ୟବଧାନରେ ଜିତିଲେ ପାକିସ୍ତାନ ସେମି ଫାଇନାଲକୁ ଯାଇପାରିବ । କିନ୍ତୁ ତାହା ଏବେ ଅସମ୍ଭବ ମନେ ହେଉଛି ।

Advertisment

ପାକିସ୍ତାନ ଏପର୍ଯ୍ୟନ୍ତ ୯ ପଏଣ୍ଟ ପାଇଥିବାବେଳେ ନ୍ୟୁଜିଲାଣ୍ଡ ମଧ୍ୟ ୯ ପଏଣ୍ଟ ପାଇଛି । କିନ୍ତୁ ନ୍ୟୁଜିଲାଣ୍ଡର ରନ ରେଟ + ୦.୧୭୫ ଥିବାବେଳେ ପାକିସ୍ତାନର ରନ ରେଟ –୦.୭୯୨ ରହିଛି । ଏଣୁ ପାକିସ୍ତାନ ଯଦି ଏକ ରେକର୍ଡ ବ୍ୟବଧାନରେ ବାଂଲାଦେଶକୁ ହରାଏ ତେବେ ସେମିକୁ ଯାଇପାରିବ । ଏକ ହିସାବ ଅନୁସାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୫୦ କଲେ ବାଂଲାଦେଶକୁ ମାତ୍ର ୩୯ ରନରେ ଅଲଆଉଟ କରିବାକୁ ପଡିବ । ସେହିପରି ପାକିସ୍ତାନ ୪୦୦ ରନ କଲେ ବାଂଲାକୁ ମାତ୍ର ୮୪ ରନରେ ଅଲଆଉଟ କରିବାକୁ ହେବ । କିନ୍ତୁ ଏହା ଅସମ୍ଭବ ମନେହୁଏ । ଏଣୁ ପାକିସ୍ତାନ ଆଜି କେବଳ ନିଜର ସମ୍ମାନ ରକ୍ଷା ପାଇଁ ଖେଳିବ ।