କାର୍ଡିଫ: ଭାରତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ମଙ୍ଗଳବାର ବାଂଲାଦେଶକୁ ୯୫ ରନ୍ରେ ପରାସ୍ତ କରିଛି । ଦ୍ୱିତୀୟ ପାଳିରେ ବାଂଲାଦେଶ ୩୬୦ ରନ୍ର ଲକ୍ଷକୁ ପିଛା କରି ୪୯.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୬୪ ରନ୍ କରିଛି ।
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍ ୨୦୧୯ରେ ବାଂଲାଦେଶ ୩୬୦ ରନ ଟାର୍ଗେଟ ନେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା। ଆରମ୍ଭରୁ ଟିମ୍ ଭଲ ବ୍ୟାଟିଂ କରିଥିଲେ ବି ୧୦ମ ଓଭରରେ କ୍ରମାଗତ ଭାବେ ୨ଟି ଓ୍ଵିକେଟ ହରାଇଥିଲା। ସ୍କୋର ୪୯ ରନ୍ରେ ବାଂଲାଦେଶ ଓପନର ସୌମ୍ୟ ସରକାର ଏବଂ ଅନ୍ୟ ବ୍ୟାଟସ୍ମ୍ୟାନ ସାକିବୁଲ ହାସନ୍ଙ୍କୁ ହରାଇଥିଲା। ତୃତୀୟ ଓ୍ଵିକେଟରେ ଲିଟନ ଦାଶ ଏବଂ ମହମ୍ମଦ ମିଥୁନ ୧୨୦ ରନ୍ ଭାଗିଦାରୀ ହୋଇପାରିଥିଲେ। ବାଂଲାଦେଶ ୩୨ତମ ଓଭରରେ ୩ୟ ଓ ୪ର୍ଥ ଓ୍ଵିକେଟ ହରାଇଥିଲା। ସେହିପରି ସ୍କୋର ୧୯୧ ରନ୍ରେ ମହମ୍ମଦୁଲା ଆଉଟ ହୋଇ ପାଭଲିଅନ ଫେରିଥିଲେ।
ବାଂଲାଦେଶ ସ୍କୋରବୋର୍ଡ
ଲିଟନ ଦାସ: ୭୩ ରନ୍, ୯୦ ବଲ, ୧୦ ଚୌକା
ସୌମ୍ୟ ସରକାର: ୨୫ ରନ୍, ୨୯ ବଲ, ୩ ଚୌକା, ୧ ଛକା
ସାକିବୁଲ ହାସନ: ୦ ରନ୍, ୧ ବଲ
ମୁସଫିକର ରହିମ: ୯୦ ରନ୍, ୯୪ ବଲ, ୮ ଚୌକା ୨ ଛକା
ମହମ୍ମଦ ମିଥୁନ: ୦ ରନ୍, ୧ ବଲ୍
ମହମ୍ମଦୁଲା: ୯ ରନ୍, ୧୨ ବଲ, ୧ ଚୌକା
ସବୀର ରହମାନ: ୭ ରନ୍, ୧୨ ବଲ, ୧ ଚୌକଭାରତ ବୋଲିଂ
ଯଶପ୍ରୀତ ବୁମରା: ୨
ୟୁଜବେନ୍ଦ୍ର ଚହଲ: ୩
କୁଲଦୀପ ଯାଦବ: ୩
ରବିନ୍ଦ୍ର ଜାଦେଜା: ୧
ପ୍ରଥମ ଇନିଂସରେ ବାଂଲାଦେଶକୁ ଭାରତ ୩୬୦ ରନ୍ ଟାର୍ଗେଟ ଦେଇଥିଲା। କାର୍ଡିଫର ସୋଫିଆ ଗାର୍ଡେନରେ ବାଂଲାଦେଶ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୯ ରନ୍ କରିଥିଲା।
ଭାରତର ସ୍କୋର ବୋର୍ଡ
ରୋହିତ ଶର୍ମା: ୧୯ ରନ୍, ୪୨ ବଲ୍, ୧ ଚୌକା
ଶିଖର ଧାଓ୍ଵନ: ୧ ରନ୍, ୯ ବଲ୍
ବିରାଟ କୋହଲି: ୪୭ ରନ୍, ୪୬ ବଲ, ୫ ଚୌକା
ଲୋକେଶ ରାହୁଲ: ୧୦୮ ରନ୍, ୯୯ ବଲ, ୧୨ ଚୌକା, ୪ ଛକା
ବିଜୟ ଶଙ୍କର: ୨ ରନ୍, ୭ ବଲ,
ମହେନ୍ଦ୍ର ସିଂହ ଧୋନି: ୧୧୩ ରନ୍, ୭୮ବଲ, ୮ ଚୌକା, ୭ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: ୨୧ ରନ୍, ୧୧ ବଲ, ୨ ଚୌକା, ୧ ଛକା
ଦିନେଶ କାର୍ତ୍ତିକ: ଅପରାଜିତ ୭ରନ୍, ୫ ବଲ, ୧ ଚୌକା
ରବୀନ୍ଦ୍ର ଜାଦେଜା: ଅପରାଜିତ ୧୧ ରନ୍, ୪ ବଲ, ୧ ଚୌକା, ୧ ଛକା
ବାଂଲାଦେଶ ବୋଲିଂ
ରୁବେଲ ହୁସେନ: ୨ ଓ୍ଵିକେଟ
ସାକିବୁଲ ହାସନ: ୨ ଓ୍ଵିକେଟ
ମୁସ୍ତାଫିଜୁର ରହମାନ: ୧ ଓ୍ଵିକେଟ
ମହମ୍ମଦ ସାଫିଉଦ୍ଦିନ: ୧ ଓ୍ଵିକେଟ
ସବୀର ରହମାନ: ୧ ଓ୍ଵିକେଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-design_opt1.jpg)