ବିଶ୍ବକପ୍ ଯୋଗ୍ୟତାପର୍ଯ୍ୟାୟ: ଆର୍ଜେଣ୍ଟିନାର ନେତୃତ୍ବ ନେବେ ମେସି

ବୁଏନସ୍ ଏୟାରସ: କାତାରରେ ଆସନ୍ତାବର୍ଷ ଆୟୋଜିତ ହେବାକୁ ଥିବା ଫିଫା ଫୁଟବଲ୍ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ଲାଗି ଆର୍ଜେଣ୍ଟିନା ୩୦ ଜଣିଆ ଦଳ ଘୋଷଣା କରିଛି। ୩୪ ବର୍ଷୀୟ କିଂବଦନ୍ତି ଫୁଟବଲର୍‌ ଲିଓନେଲ୍ ମେସିଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଆହତ ହୋଇ ପ୍ୟାରିସ୍ ସେଣ୍ଟ ଜର୍ମାନ ଦଳରୁ ଗତ ଦୁଇ ମାସ ହେବ ଦୂରେଇ ରହିଥିଲେ ମଧ୍ୟ ଆର୍ଜେଣ୍ଟିନା ଫୁଟବଲ୍ ସଂଘ ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛି। ପ୍ରବନ୍ଧକ ଲିଓନେଲ ସ୍କାଲୋନି ମଧ୍ୟ ଅନ୍ୟତମ ଅଭିଜ୍ଞ ତାରକା ପାଉଲୋ ଦିବାଲାଙ୍କୁ ଦଳରେ ରଖିଛନ୍ତି। ଆର୍ଜେଣ୍ଟିନା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ମୁକାବିଲାରେ ଅକ୍ଟୋବର ୭ ତାରିଖରେ ପାରାଗୁଏ ଏବଂ ଅକ୍ଟୋବର ୧୦ ଓ ୧୪ ତାରିଖରେ ଯଥାକ୍ରମେ ଉରୁଗୁଏ ଓ ପେରୁକୁ ଭେଟିବ। ଆର୍ଜେଣ୍ଟିନା ସଂପ୍ରତି ୮ ମ୍ୟାଚ୍‌ରୁ ୫ ବିଜୟ ଏବଂ ୩ ଡ୍ର’ ସହ ୧୦ ପଏଣ୍ଟ ପାଇ ବ୍ରାଜିଲ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆମେରିକୀୟ ଯୋଗ୍ୟତା ପର୍ଯ୍ୟାୟର ଶୀର୍ଷ ୪ ଦଳ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରି‌ବେ। ପଞ୍ଚମ ସ୍ଥାନରେ ରହିବା ଦଳ ଅନ୍ତଃମହାଦେଶୀୟ ପ୍ରତିଯୋଗିତା ଖେଳିବ।

ସମ୍ବନ୍ଧିତ ଖବର