ହରାରେ : ଏଠାରେ ଚାଲିଥିବା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ପୂର୍ବତନ ବିଜେତା ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ଜିମ୍ବାୱେ ସୁପର-୬ରେ ପ୍ରବେଶ କରିଛି। ଏହି ପରାଜୟ ସତ୍ତ୍ବେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଶେଷ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛି। ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ଜିମ୍ବାୱେ ୨୬୮ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ସିକନ୍ଦର ରାଜା ୬୮ ଓ ରିୟାନ୍ ବର୍ଲ ୫୦ ରନ୍ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୱେଷ୍ଟଇଣ୍ଡିଜ୍ ୪୪.୪ ଓଭର ବେଳକୁ ବିଜୟଠୁ ୩୬ରନ୍ ଦୂରରେ ଥାଇ ସମସ୍ତ ୱିକେଟ୍ ହରାଇଥିଲା। କାଇଲ୍ ମାୟର୍ସ ୫୬ ଓ ରୋଷ୍ଟନ ଚେସ୍ଙ୍କ ୪୪ ରନ୍ ସତ୍ତ୍ବେ ଦଳ ଜିତିପାରିନଥିଲା। ଏହି ଗ୍ରୁପ୍ରୁ ନେଦରଲାଣ୍ଡ ତୃତୀୟ ଦଳ ଏବଂ ଗ୍ରୁପ୍ ବି’ ରୁ ଶ୍ରୀଲଙ୍କା, ସ୍କଟଲାଣ୍ଡ ଓ ଓମାନିଆ ସୁପର-୬ରେ ପ୍ରବେଶ କରିଛନ୍ତି।
ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟୟ: ୱେଷ୍ଟଇଣ୍ଡିଜ୍କୁ ହରାଇ ସୁପର-୬ରେ ଜିମ୍ବାୱେ
/sambad/media/post_attachments/wp-content/uploads/2023/06/zi.jpg)