ବିଶ୍ବକପ୍ ବନ୍ଧୁକଚାଳନା, ରାହି ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ବିଶ୍ବକପ୍ ବନ୍ଧୁକଚାଳନାରେ ଭାରତୀୟ ପ୍ରତିଯୋଗୀ ରାହି ସର୍ନୋବତ୍ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ୩୦ ବର୍ଷୀୟା ରାହି ମହିଳା ୨୫ ମିଟର ପିସ୍ତଲରେ ୫୯୧ ପଏଣ୍ଟ୍‌ ଅର୍ଜନ କରି ପ୍ରଥମ ସ୍ଥାନ ଅଧିକାର କରି ନେଇଛନ୍ତି। ବିଶ୍ବକପ୍‌ର ଏହି ପର୍ଯ୍ୟାୟରେ ମଧ୍ୟ ଏହା ଭାରତର ପ୍ରଥମ ସ୍ବର୍ଣ୍ଣ। ପୂର୍ବ ଦୁଇ ପର୍ଯ୍ୟାୟରେ ଭାରତୀୟ ପ୍ରତିଯୋଗୀମାନେ ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଥିଲେ। ଏହି ବର୍ଗରେ କିନ୍ତୁ ଯୁବ ତାରକା ମନୁ ଭାକର ଆଶାଜନକ ପ୍ରଦର୍ଶନ କରି ନପାରି ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

ସମ୍ବନ୍ଧିତ ଖବର