ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍ର ୫ମ ମ୍ୟାଚରେ ରବିବାର ବାଂଲାଦେଶକୁ ଦକ୍ଷିଣ ଆଫ୍ରିକା ଭେଟିଛି। ଲଣ୍ଡନ୍ର ଓଭାଲ ଷ୍ଟାଡିୟମ୍ରେ ଟସ୍ ଜିଣି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ବାଂଲାଦେଶ ୮.୨ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ୬୦ ରନ୍ କରିଛି।
ଦକ୍ଷିଣ ଆଫ୍ରିକାର ବୋଲିଂ ବାଂଲାଦେଶର ବ୍ୟାଟସ୍ମ୍ୟାନଙ୍କୁ ଆରମ୍ଭରୁ ନିରାଶ କରିପାରି ନାହିଁ। ବାଂଲାଦେଶର ଓପନ୍ର ସୌମ୍ୟ ସରକାର ୨୧ଟି ବଲ ଖେଳି ୩୫ ରନ୍ କରିଛନ୍ତି। ଏଥିରେ ୮ଟି କେବଳ ଚୌକା ସାମିଲ ରହିଛି। ସେହିପରି ତମିମ ଇକ୍ବାଲ ୨୯ଟି ବଲ ଖେଳି ୧୬ ରନ୍ ଯୋଡ଼ିଛନ୍ତି। ଫେଲୁକଓ୍ଵାଓଙ୍କ ବଲ କ୍ୱିଣ୍ଟନ ଡି କକଙ୍କୁ କ୍ୟାଚ୍ ଦେଇ ତମିମ୍ ପାଭଲିଅନ୍ ଫେରି ଯାଇଛନ୍ତି। ତାଙ୍କ ସ୍ଥାନ ପୂରଣ କରିବାକୁ ପଡ଼ିଆ ଭିତରକୁ ସାକିବୁଲ ହାସନ୍ ପ୍ରବେଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଚଳିତ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚରେ ମେ’ ମାସ ୩୦ରେ ଆୟୋଜକ ଇଂଲଣ୍ଡ ଠାରୁ ୧୦୪ ରନ୍ରେ ପରାସ୍ତ ହୋଇଛି।