ଦେବୋରା, ଆଲିନାଙ୍କୁ ବିଶ୍ୱକପ୍‌ ଯୋଗ୍ୟତା

ନୂଆଦିଲ୍ଲୀ: ଭାରତର ଦୁଇ ସାଇକେଲ ଚାଳିକା ଦେବୋରା ହେରୋଲ୍ଡ ଓ ଆଲିନା ରେଜି ୟୁସିଆଇ ଟ୍ରାକ୍‌ ସାଇକେଲ୍‌ ଚାଳନା ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତା ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଆସନ୍ତା ମାସ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏବେ ବିଶ୍ୱକପ୍‌ରେ ଉଭୟେ ଟିମ୍‌ ସ୍ପି୍ରଣ୍ଟ୍‌ ସହ କିରିନ୍‌ ଓ ବ୍ୟକ୍ତିଗତ ସ୍ପି୍ରଣ୍ଟ୍‌ରେ ଅଂଶଗ୍ରହଣ କରିବେ। ଟ୍ରାକ୍‌ ଏସିଆ କପ୍‌ରେ ଦେବୋରା ଦୁଇଟି ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର