ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜ – ଅଷ୍ଟ୍ରେଲିଆ ମୁକାବିଲା, ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ

ନଟିଂହାମ : ଟେଣ୍ଟବ୍ରିଜଠାରେ ଆଜି  ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୧୯ର ୧୦ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ଟା ବେଳେ ଆରମ୍ଭ ହେବ । ଏହି ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଉଭୟଦଳ ନିଜ ନିଜର ପ୍ରଥମ ମ୍ୟାଚ ଜିତିଥିବାରୁ ମନୋବଳ ଦୃଢ ରହିଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିବାବେଳେ େଓ୍ଵଷ୍ଟଇଣ୍ଡିଜ ପାକିସ୍ତାନକୁ ହରେଇଥିଲା । ଉଭୟଦଳ ଆଜିର ମ୍ୟାଚ ଜିଣି ନିଜର ବିଜୟକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବେ । ଏହି ମ୍ୟାଚ ପାଇଁ ଉଭୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପିଚ ପ୍ରାରମ୍ଭରେ ବୋଲରଙ୍କୁ ସୁହାଇବାର ସମ୍ଭାବନା ରହିଥିବାବେଳେ ପରେ ବ୍ୟାଟିଂକୁ ସୁହାଇବ ।

ଗତ କାଲିଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୬ ଓ୍ଵିକେଟରେ ପରାସ୍ତ କରିଥିଲା । ସେହିପରି ଆଉ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ବାଂଲାଦେଶକୁ ୨ ଓ୍ଵିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର