ମୁମ୍ବାଇ : ଏଥର ଦିନିକିଆ ବିଶ୍ୱକପ୍ ୨୦୨୩ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଏହାବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି ।
ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ୍ ଫାଇନାଲ୍ ଖେଳାଯିବ । କିନ୍ତୁ ଓଡ଼ିଶାର କଟକରେ କୌଣସି ମ୍ୟାଚ ରଖାଯାଇନାହିଁ ।
ସୋମବାର ସଂପୃକ୍ତ ରାଜ୍ୟର ବିସିସିଆଇ ଅଧିକାରୀ ଓ କ୍ରିକେଟ ଆସୋସିଏସନ୍ ସହ ଏକ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ଆଇସିସି ନିୟମ ବ୍ୟତୀତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
ସୂଚନାଯୋଗ୍ୟ ଯେ ବିଶ୍ବକପ କ୍ରିକେଟ ଆସନ୍ତା ଅକ୍ଟୋବର ୫ରେ ଆରମ୍ଭ ହେବ ଓ ନଭେମ୍ବର ୧୯ରେ ଫାଇନାଲ ଖେଳାଯିବ । ତେବେ ଏପର୍ଯ୍ୟନ୍ତ ବିଶ୍ବକପର କାର୍ଯ୍ୟସୂଚୀ ଜାରି କରାଯାଇନାହିଁ ।