ଦୁବାଇ: ‘‘କୋହଲିଙ୍କ ପାଇଁ ବିଶ୍ବକପ୍ ଜିତ’’। ଟିମ୍ ଇଣ୍ଡିଆକୁ ରବିବାର ଏଭଳି ବାର୍ତ୍ତା ଦେଇଛନ୍ତି ପୂର୍ବତନ ବାମହାତୀ ବ୍ୟାଟର୍ ସୁରେଶ ରାଇନା। ‘‘ଏହା ସମ୍ଭବତଃ ଟ୍ବେଣ୍ଟି-୨୦ ଅଧିନାୟକ ଭାବେ ରାଇନାଙ୍କର ଶେଷ ପ୍ରତିଯୋଗିତା ହେବ। ଏଣୁ ଆମେ ଏହା କରିପାରିବା (ବିଶ୍ବକପ୍ ଜିତି ପାରିବା) ବୋଲି ସବୁ ଖେଳାଳିଙ୍କ ମନରେ ଆତ୍ମବିଶ୍ବାସ ଭରିବା କୋହଲିଙ୍କ ପାଇଁ ବ୍ୟକ୍ତିଗତ ଭାବେ ଢେର ମହତ୍ବ ରଖିବ। ଅନ୍ୟ ସମସ୍ତଙ୍କୁ ମଧ୍ୟ ଆମେ ଏହା କରିପାରିବା ବୋଲି କୋହଲିଙ୍କୁ ଭରସା ଦେବାକୁ ହେବ’’ ବୋଲି ରବିବାର ଆଇସିସି ପାଇଁ ଲେଖିଥିବା ଏକ ସ୍ତମ୍ଭରେ ରାଇନା ଲେଖିଛନ୍ତି। ଆଇପିଏଲ୍ ଅଭିଜ୍ଞତା ଭାରତୀୟ ଖେଳାଳିଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଦୃଢ଼ ଆଶ ପୋଷଣ କରିଥିବା ରାଇନା ଭାରତର ସଫଳତା ତାର ଶୀର୍ଷ ୩ ବ୍ୟାଟର ରୋହିତ ଶର୍ମା, କେଏଲ୍ ରାହୁଲ ଓ ବିରାଟ କୋହଲିଙ୍କ ସଫଳତା ଉପରେ ନିର୍ଭର କରିବ ବୋଲି ଲେଖିଛନ୍ତି। ସେହିଭଳି ସ୍ପିନ୍ ବିଭାଗରେ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ଦ୍ରୁତ ବୋଲିଂରେ ଭୁବନେଶ୍ବର କୁମାରଙ୍କ ପ୍ରଦର୍ଶନ ଭାରତ ପାଇଁ ଢେର ଗୁରୁତ୍ବ ରଖିବ ବୋଲି ରାଇନା ବିଶ୍ବାସ କରିଛନ୍ତି। ୟୁଏଇ ପରିବେଶକୁ ଭଲ ଭାବରେ ଜାଣିଥିବାରୁ ପାକିସ୍ତାନକୁ ହାଲ୍କା ଭାବେ ନନେବାକୁ ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି ସେ। ପ୍ରକାଶ ଥାଉ କି ଚଳିତ ବିଶ୍ବକପ୍ ପରେ ଭାରତୀୟ ଟ୍ବେଣ୍ଟି-୨୦ ଦଳରୁ ଇସ୍ତଫା ଦେବେ ବୋଲି କୋହଲି ପୂର୍ବରୁ ଘୋଷଣା କରି ସାରିଛନ୍ତି।
କୋହଲିଙ୍କ ପାଇଁ ବିଶ୍ବକପ୍ ଜିତ: ରାଇନା
/sambad/media/post_attachments/wp-content/uploads/2021/01/Suresh-Raina-Joins-Dhoni-Rohit-Kohli-In-100-Cr-Club.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)