ଲିଭରପୁଲ: କିଂବଦନ୍ତି ଇଂଲଣ୍ଡ ଷ୍ଟ୍ରାଇକର୍ ରୋଜର ହଣ୍ଟ୍ (୮୩ ବର୍ଷ)ଙ୍କ ସୋମବାର ଦେହାନ୍ତ ହୋଇଛି। ଏକମାତ୍ର ଫିଫା ବିଶ୍ବକପ୍ (୧୯୬୬) ଜିତିଥିବା ଇଂଲଣ୍ଡ ଦଳର ସେ ସଦସ୍ୟ ଥିଲେ। ନିଜ ଖେଳ ଜୀବନରେ ଏକାଧିକ ସମୟ ସେ ଲିଭରପୁଲ ପକ୍ଷରୁ ଖେଳିବା ସହ କ୍ଲବ୍ର ଦ୍ବିତୀୟ ସର୍ବାଧିକ ଗୋଲ୍ ସ୍କୋରର୍ ଥିଲେ। ସେ ଏହି କ୍ଲବ୍ ପକ୍ଷରୁ ୪୯୫ ମ୍ୟାଚ୍ ଖେଳି ୨୮୫ ଗୋଲ୍ କରିଥିଲେ। ହଣ୍ଟ୍ ୧୯୬୪ ଓ ୧୯୬୬ରେ ଲିଭରପୁଲକୁ ଲିଗ୍ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ୧୯୬୬ରେ ମଧ୍ୟ ସେ ଇଂଲଣ୍ଡକୁ ବିଶ୍ବକପ୍ ଟ୍ରଫି ଭେଟି ଦେବାରେ ଅବଦାନ ରଖିଥିଲେ। ଏହି ବିଶ୍ବକପ୍ରେ ସେ ୬ ମ୍ୟାଚ୍ ଖେଳି ୩ ଗୋଲ୍ କରିଥିଲେ। ୱେମ୍ବଲେ ଷ୍ଟାଡିୟମରେ ଖେଳାଯାଇଥିବା ପଶ୍ଚିମ ଜର୍ମାନି ବିପକ୍ଷ ଫାଇନାଲ୍ରେ ହଣ୍ଟ ମଧ୍ୟ ଖେଳିଥିଲେ। ଏହି ମ୍ୟାଚ୍କୁ ୪-୧ରେ ଜିତି ଇଂଲଣ୍ଡ ପ୍ରଥମ ଥର ଲାଗି ବିଶ୍ବକପ୍ କରାୟତ୍ତ କରିଥିଲା।
ବିଶ୍ବକପ୍ ବିଜେତା ଇଂଲଣ୍ଡ ଫୁଟ୍ବଲର ହଣ୍ଟଙ୍କ ଦେହାନ୍ତ
/sambad/media/post_attachments/wp-content/uploads/2021/09/5465dag32gad321ga23agdgdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)