ଜାଫର ବାପା ହେଲେ

ଭୁବନେଶ୍ବର: ବିଶ୍ବକପ୍ ବିଜୟୀ ତଥା ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ଜାଫର ଇକ୍‌ବାଲ ପିତା ହୋଇଛନ୍ତି। ଶନିବାର ସଂଧ୍ୟା ୭ଟା ୧୨ରେ ଗଙ୍ଗନଗରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପତ୍ନୀ ସଗୁପ୍ତା ପରୱିନ୍ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସଂପ୍ରତି ସ୍ଥିର ରହିଛି। ପିତା ହେବା ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଆହୁରି ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ ବୋଲି ଉଲ୍ଲସିତ ଜାଫର ନିଜ ପ୍ରତିକ୍ରିୟାରେ କହିଛନ୍ତି। ଜାଫର ଓ ପିପିଲି ଦାନଗହିରିର ସଗୁପ୍ତା ୨୦୧୬ ଏପ୍ରିଲ ୨୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଭୁବନେଶ୍ବର ଉପକଣ୍ଠସ୍ଥ ଆଜାଦନଗର (ସୁନ୍ଦରପଦା) ବାସିନ୍ଦା ଜାଫର ଓଡ଼ିଶାରେ ଦୃଷ୍ଟିହୀନ କ୍ରିକେଟ୍‌କୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ତୁଲାଇ ଆସୁଛନ୍ତି। ତାଙ୍କ ପ୍ରେରଣା ଓ ଉତ୍ସାହରେ ଓଡ଼ିଶାରୁ ଅନେକ ଅନ୍ତର୍ଜାତୀୟ ଦୃଷ୍ଟିହୀନ ଖେଳାଳି ସୃଷ୍ଟି ହୋଇଛନ୍ତି।

ସମ୍ବନ୍ଧିତ ଖବର