ବିଶ୍ୱକପ୍‌: ମିଚେଲ ଷ୍ଟାକର୍ସଙ୍କୁ ୪ ଓ୍ଵିକେଟ, ଶ୍ରୀଲଙ୍କାକୁ ୮୭ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ର ୨୦ତମ ମ୍ୟାଚରେ ଶନିବାର ଶ୍ରୀଲଙ୍କାକୁ ୮୭ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଅଷ୍ଟ୍ରେଲିଆର ବିଜୟରେ ମିଚେଲ ଷ୍ଟାକର୍ସ ବଡ଼ ଭୂମିକା ତୁଲାଇଛନ୍ତି। ସେ ୧୦ ଓଭର ବୋଲିଂ କରି ୫୫ ରନ୍‌ ଦେଇଥିଲେ ବି ୪ଟି ଓ୍ଵିକେଟ ନେଇଛନ୍ତି। କେନ୍‌ ରିଚାଡସନ ୯ ଓଭର ବୋଲିଂ କରି ୩ ଓ୍ଵିକେଟ ନେଇଛନ୍ତି।

ଦ୍ୱିତୀୟ ଇନିଂସରେ ୩୩୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଆରମ୍ଭରୁ ୩୨ ଓଭର ଯାଏଁ ଟିମ୍‌ ଭଲ ଖେଳିଥିଲା। ଶ୍ରୀଲଙ୍କା ୩୨ ଓଭର ବେଳକୁ ୧୮୬ ରନ୍‌ କରଥିଲେ ହେଁ ପରବର୍ତ୍ତୀ ବଲରେ ଦିମୁଥ କରୁଣାରତ୍ନେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ କ୍ରମର ବ୍ୟାଟସ୍‌ମ୍ୟାନ କ୍ରିଜରେ ଅଧିକ ସମୟ ଯାଏଁ ରହିପାରି ନଥିଲେ। ଶ୍ରୀଲଙ୍କା ୪୫.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୪୭ରନ୍‌ ସଂଗ୍ରହ କରିବା ପରେ ଅଷ୍ଟ୍ରେଲିଆ ଠାରୁ ୮୭ ରନ୍‌ରେ ପରାସ୍ତ ହୋଇଛି।

ସ୍କୋର ୧୧୫ ରନ୍‌ରେ ଶ୍ରୀଲଙ୍କା କୁଶାଲ ପେରେରା,୧୫୩ ରନ୍‌ରେ ଲାହିରୁ ଥିରିମାନେ, ୧୮୬ ରନ୍‌ରେ କରୁଣାରତ୍ନେ, ୨୦୫ ରନ୍‌ରେ ଆଞ୍ଜେଲୋ ମ୍ୟାଥୁସ, ୨୦୯ ରନ୍‌ରେ ମିଲିନ୍ଦା ସିରିଓ୍ଵର୍ଦ୍ଧନେ, ୨୧୭ ରନ୍‌ରେ ଥିରିସା ପେରେରା, ୨୨୨ ରନ୍‌ରେ କୁଶାଲ ମେଣ୍ଡିସ ଓ ନବମ ଓ୍ଵିକେଟ ଭାବେ ୨୩୬ ରନ୍‌ରେ ଲାସିଥ ମାଲିଙ୍ଗା ଆଉଟ୍‌ ହୋଇଥିଲେ।

ଶ୍ରୀଲଙ୍କା ସ୍କୋରବୋର୍ଡ

ଦିମୁଥ କରୁଣାରତ୍ନେ: କ-ମେକ୍ସେଓ୍ଵଲ-ବୋ-ରିଚାର୍ଡସନ, ୯୭ ରନ, ୧୦୮ ବଲ, ୯ ଚୌକା
କୁଶାଲ ପେରେରା: ବୋ-ଷ୍ଟାକର୍ସ, ୫୨ ରନ୍‌, ୩୬ ବଲ, ୫ ଚୌକା
ଲାହିରୁ ଥିରମାନେ: କ-ଆଲେକ୍ସ-ବୋ-ବେହେରେନଡ୍ରଫ, ୧୬ ରନ, ୨୬ ବଲ, ୧ ଚୌକା
କୁଶାଲ ମେଣ୍ଡିସ: କ-ଆଲେକ୍ସ-ବୋ-ଷ୍ଟାକର୍ସ, ୩୦ ରନ, ୩୭ ବଲ, ୨ ଛକା
ଆଂଜେଲୋ ମ୍ୟାଥୁସ୍‌: କ-ଆଲେକ୍ସ-ବୋ-ପେଟ କମିନସ୍‌, ୯ ରନ, ୧୧ ବଲ, ୨ ଚୌକା
ମିଲିନ୍ଦା ସିରିଓ୍ଵର୍ଦ୍ଧନା: ବୋ-ଷ୍ଟାକର୍ସ, ୩ ରନ, ୪ ବଲ
ଥିରସା ପେରେରା: କ-ଓ୍ଵାର୍ଣ୍ଣର-ବୋ-ଷ୍ଟାକର୍ସ, ୭ ରନ, ୩ ବଲ, ୧ ଛକା
ଧନଂଜୟ ଡି ସିଲଭା: ଅପରାଜିତ ୧୬ ରନ୍‌, ୩୦ ବଲ, ୨ ଚୌକା
ଇସୁରୁ ଉଡାନ: କ-ଫିଞ୍ଚ-ବୋ-କେନ ରିଚାର୍ଡସନ, ୮ ରନ, ୮ ବଲ, ୧ ଚୌକା
ଲାସିଥ ମାଲିଂଗା: କ-ଖଓ୍ଵାଜା-ବୋ-ରିଚାର୍ଡସନ, ୧ ରନ, ୫ ବଲ
ନୂଆନ ପ୍ରଦୀପ: କ-ଆଲେକ୍ସ କେରି-ବୋ-ରିଚାଡସନ, ୦ ରନ, ୭ ବଲ
ଅତିରିକ୍ତ: ୦୦ ରନ୍‌ (ଲେଗବାଏ ୨, ଓ୍ଵାଇଡ ୬)
ମୋଟ୍‌: ୨୪୭ ରନ୍‌ (୧୦ ଓ୍ଵିକେଟ୍‌, ୪୫.୫ଓଭର)

ପ୍ରଥମ ଇନିଂସରେ ଆରୋନ ଫିଞ୍ଚଙ୍କ ବିସ୍ଫୋରକ ଶତକ (୧୫୩ ରନ, ୧୩୨ ବଲ, ୧୫ ଚୌକା, ୫ ଛକା) ଏବଂ ଷ୍ଟିଭେନ ସ୍ମିଥଙ୍କ ଅର୍ଦ୍ଧଶତକ (୭୩ ରନ, ୫୯ ବଲ, ୭ ଚୌକା, ୧ ଛକା) ବଳରେ ଶନିବାର ଅଷ୍ଟ୍ରେଲିଆ ଏକ ମଜବୁତ ସ୍କୋର କରିଥିଲା। ଲଣ୍ଡନ୍‌ର ଓଭାଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। କଙ୍ଗାରୁ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୩୩୪ରନ କରିବା ପରେ ଶ୍ରୀଲଙ୍କାକୁ ମ୍ୟାଚ୍‌ ବିଜୟ ପାଇଁ ୩୩୫ ରନ୍‌ ଟାର୍ଗେଟ ମିଳିଥିଲା।

ଅଷ୍ଟ୍ରେଲିଆ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। କଙ୍ଗାରୁ ଦଳ ୮୦ ରନ୍‌ରେ ଡାଭିଡ ଓ୍ଵାର୍ଣ୍ଣରଙ୍କୁ ହରାଇଥିଲା। ଉସମାନ ଖାଓ୍ଵଜା ଦଳୀୟ ସ୍କୋର ୧୦୦ ରନ୍‌ରେ ଆଉଟ୍‌ ହୋଇଥିଲେ। ତୃତୀୟ ଓ୍ଵିକେଟ୍‌ରେ ସ୍ମିଥ ସ ଫିଞ୍ଚ ୧୭୩ ରନ୍‌ ସଂଗ୍ରହ କରି ଟିମ୍‌ ସ୍କୋର ୨୭୩ ରନ୍‌ରେ ପହଂଚାଇଥିଲେ। ଶ୍ରୀଲଙ୍କାର ୪ର୍ଥ ଶିକାର ହୋଇଥିଲେ ସ୍ମିଥ। ୪୩.୩ ଓଭରରେ ସ୍ମିଥ ଆଉଟ୍‌ ହେବା ସମୟରେ ସ୍କୋର ୨୭୮ ରନ୍‌ ଥିଲା। ଅଷ୍ଟ୍ରେଲିଆ ୩୧୦ ରନ୍‌ରେ ସନ ମାର୍ସ, ୩୧୭ ରନ୍‌ରେ ଆଲେକ୍ସ କେରି ଓ ୩୨୦ ରନ୍‌ରେ ପେଟ କମିନସ୍‌ଙ୍କୁ ହରାଇଥିଲା।

Hindustan Times

ଅଷ୍ଟ୍ରେଲିଆ ସ୍କୋରବୋର୍ଡ

ଡାଭିଡ ଓ୍ଵାର୍ଣ୍ଣର: ବୋ-ଧନଂଜୟ ଡି ସିଲଭା, ୨୬ ରନ୍‌, ୪୮ ବଲ, ୨ ଚୌକା
ଆରୋନ ଫିଞ୍ଚ: କ-କରୁଣାରତ୍ନେ-ବୋ-ଇସୁରୁ, ୧୫୩ ରନ୍‌, ୧୩୨ ବଲ, ୧୫ ଚୌକା, ୫ ଛକା
ଉସ୍‌ମାନ ଖଓ୍ଵାଜା: କ-ଇସୁରୁ-ବୋ-ଧନଂଜୟ, ୧୦ ରନ, ୨୦ ବଲ, ୧ ଚୌକା
ଷ୍ଟିଭେନ ସ୍ମିଥ: ବୋ-ମାଲିଙ୍ଗା, ୭୩ ରନ, ୫୯ ବଲ, ୭ ଚୌକା, ୧ ଛକା
ଗ୍ଲେନ ମେକ୍ସେଓ୍ଵଲ: ଅପରାଜିତ ୪୬ ରନ୍‌, ୨୫ ବଲ, ୫ ଚୌକା, ୧ ଛକା
ସନ୍‌ ମାର୍ସ: କ-ସିରିଓ୍ଵର୍ଦ୍ଧନା-ବୋ-ଇସୁରୁ, ୩ ରନ, ୯ ବଲ
ଆଲେକ୍ସ କ୍ୟାରି: ରନ୍‌ ଆଉଟ୍‌ (ଇସୁରୁ), ୪ ରନ, ୩ ବଲ
ପେଟ କମିନସ୍‌: ରନ୍‌ ଆଉଟ୍‌ (ଇସୁରୁ), ୦ ରନ୍‌, ୧ ବଲ
ମିଚେଲ ଷ୍ଟାକର୍ସ: ଅପରାଜିତ ୫ ରନ୍‌, ୪ ବଲ
ଅତିରିକ୍ତ: ୧୪ ରନ୍‌ (ଲେଗ ବାଏ ୪, ଓ୍ଵାଇଡ ୯, ନୋ ୧)
ମୋଟ୍‌: ୩୩୪ ରନ୍‌ (୭ଓ୍ଵିକେଟ୍‌, ୫୦ ଓଭର)

ସମ୍ବନ୍ଧିତ ଖବର