ଭୁବନେଶ୍ବର: କ୍ରୋଏସିଆର ଓସିଜେକଠାରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚ୍ୟାଲେଞ୍ଜ୍ କପ୍ ସିରିଜ୍ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଲାଗି ୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାର ସଫଳତମ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ସ୍ଥାନ ପାଇଛନ୍ତି। ଆସନ୍ତା ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ରାକେଶଙ୍କ ଛଡ଼ା ୨୦୧୦ ଏସୀୟ କ୍ରୀଡ଼ା କାଂସ୍ୟ ପଦକ ବିଜେତା ଆଶିଷ କୁମାର ଓ ଶ୍ରଦ୍ଧା ତାଲେକର ସ୍ଥାନ ପାଇଛନ୍ତି। ରାକେଶ ଚାରିଟି ପୁରୁଷ ବର୍ଗ ଫ୍ଲୋର, ଭଲ୍ଟ, ପାରାଲାଲ ବାର୍ ଓ ହୋରାଇଜେଣ୍ଟାଲ ବାର୍ରେ ଅଂଶ ଗ୍ରହଣ କରିବେ। ଅନ୍ୟ ପକ୍ଷରେ ରାକେଶ ରିଙ୍ଗ୍ସ, ପାରାଲାଲ ବାର୍ ଓ ହୋରାଇଜେଣ୍ଟାଲ ବାର୍ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଶ୍ରଦ୍ଧା ବାର୍, ବିମ୍ ଓ ଫ୍ଲୋର୍ରେ ଖେଳିବେ। ତିନି ତାରକାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ଅଶ୍ବିନ ସାମନ୍ତରାୟ, ମନୋଜ ରଣା ଓ ପ୍ରବୀଣ ଧାଗେ ଦଳ ସହ କ୍ରୋଏସିଆ ଯିବେ। ଏହି ପ୍ରତିଯୋଗିତାରେ ୩୦ ଦେଶର ୧୧୦ ଜିମ୍ନାଷ୍ଟ ଅଂଶଗ୍ରହଣ କରିବେ।
ବିଶ୍ବ ଚ୍ୟାଲେଞ୍ଜ୍ ଜିମ୍ନାଷ୍ଟିକ୍ସ ଦଳରେ ରାକେଶ
/sambad/media/post_attachments/wp-content/uploads/2019/05/Rakesh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)