ବିଶ୍ୱ ବାହୁକୁସ୍ତି ପାଇଁ ପ୍ରମୋଦଙ୍କୁ ସହାୟତା

କଟକ: ତୁର୍କିର ଆନ୍ତାଲ୍ୟାରେ ହେବାକୁ ଥିବା ବିଶ୍ୱ ବାହୁକୁସ୍ତି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରମୋଦ ମୁଖୀଙ୍କୁ ଆର୍ଥିକ ସହାୟତା ମିଳିଛି। ଲକ୍ଷେଶ୍ୱର ଫୁଡ଼ ପ୍ରଡକ୍ଟ ପ୍ରାଇଭେଟ୍‌ ଲିଃ. ତଥା ଜ୍ୟୋତିଶ୍ରୀ ଅଟା ପକ୍ଷରୁ ପ୍ରମୋଦଙ୍କୁ ୫୧ ହଜାର ଟଙ୍କା ପ୍ରଦାନ କରାଯାଇଛି। କଟକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଏହି ସହାୟତା ରାଶିକୁ ପ୍ରମୋଦଙ୍କୁ ପ୍ରଦାନ କରି ଉତ୍ସାହିତ କରିଥିଲେ। ଉତ୍ସବରେ ଜିଲ୍ଲା ଜରୁରୀ ଅଧିକାରୀ ପ୍ରବୋଧ କୁମାର ରାଉତ, ଅଶ୍ୱିନୀ କୁମାର ଦାସ, ଲକ୍ଷେଶ୍ୱର ଫୁଡ୍‌ ପ୍ରଡକ୍ଟ ପ୍ରାଇଭେଟ୍‌ ଲିଃ. ପରିଚାଳକ ବିଶ୍ୱପଦ ସାହୁ, ରାମଚନ୍ଦ୍ର ଗୋଚ୍ଛାୟତ ପ୍ରମୁଖ ଯୋଗଦେଇଥିଲେ। ପ୍ରମୋଦ ଚଳିତ ବର୍ଷ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଅନୁଷ୍ଠିତ ସର୍ବଭାରତୀୟ ବାହୁକୁସ୍ତିରେ ବିଜେତା ହୋଇ ବିଶ୍ୱ ବାହୁକୁସ୍ତି ପାଇଁ ଯୋଗ୍ୟତା ହାସଲ କରିଥିଲେ। କିନ୍ତୁ ଅର୍ଥ ଅଭାବ ପାଇଁ ପ୍ରମୋଦଙ୍କ ତୁର୍କି ଯିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ପ୍ରମୋଦଙ୍କ ଆର୍ଥିକ ପ୍ରତିବନ୍ଧକ ଖବର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ବିଭିନ୍ନ ମହଲରୁ ତାଙ୍କୁ ସହାୟତା ଆସୁଛି।

ସମ୍ବନ୍ଧିତ ଖବର