ଭୁବନେଶ୍ୱର: କୋରିଆରେ ନଭେମ୍ବର ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ବିଶ୍ୱ ଦିବ୍ୟାଙ୍ଗ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଓଡ଼ିଶାର ପ୍ରମୋଦ ଭଗତ ଏବଂ ସୁନୀଲ ପ୍ରଧାନଙ୍କୁ ସ୍ଥାନ ମିଳିଛି। ଗତ ମାସ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋରରେ ହୋଇଥିବା ଚୟନ ପ୍ରକ୍ରିୟାରେ ମୋଟ ୧୪୯ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ ସ୍ଥାନ ପାଇଥିଲେ। ହେଲେ ଚୂଡାନ୍ତ ୨୪ ଜଣିଆ ଦଳରେ ଓଡ଼ିଶାରୁ ୨ ଜଣ ସାମିଲ ହେଲେ। ପ୍ରତି ଦୁଇ ବର୍ଷରେ ହେଉଥିବା ଏହି ପ୍ରତିଯୋଗିତାରେ ପ୍ରମୋଦ ୪ ଥର ଖେଳିବାର ସୁଯୋଗ ପାଇସାରିଛନ୍ତି। ଏଥିରେ ସେ ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଏବଂ ୨ କାଂସ୍ୟ ପଦକ କରାୟତ କରିଥିଲେ। ପ୍ରଥମ ଭାରତୀୟ ଖେଳାଳି ଭାବେ ପ୍ରମୋଦ ୨୦୦୯, ୨୦୧୩ ଓ ୨୦୧୫ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୁନୀଲ ଚଳିତ ବର୍ଷ ଜୁନ୍ରେ ଥାଇଲାଣ୍ଡ ଦିବ୍ୟାଙ୍ଗ ବ୍ୟାଡ୍ମିଣ୍ଟନ୍ ଯୁଗଳରେ ରୌପ୍ୟ ପଦକ ଜିତିଥିଲେ।
ବିଶ୍ୱ ଦିବ୍ୟାଙ୍ଗ ବ୍ୟାଡ୍ମିଣ୍ଟନ୍ରେ ପ୍ରମୋଦ, ସୁନୀଲ
/sambad/media/post_attachments/wp-content/uploads/2017/10/spt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)