ଭୁବନେଶ୍ୱର: ବିଶ୍ୱ ହକି ଲିଗ ଫାଇନାଲ ଆଉ ୧୩ ଦିନ ପରେ ଆରମ୍ଭ ହେବ। ଏଠାରେ ଥିବା କଳିଙ୍ଗ ଷ୍ଟାଡିୟମରେ ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୦ରେ ଶେଷ ହେବ। ଏଥି ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିମ୍‌ରେ ୩ଜଣ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ଟିମ୍‌ରେ ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କି ଓ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

Advertisment

ବର୍ଷ ୨୦୧୬ ରିଓ ଅଲମ୍ପିକ୍ସ ପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ବାହାରେ ଥିବା ବୀରେନ୍ଦ୍ର ଭାରତୀୟ ଟିମ୍‌କୁ ଫେରିଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଶିବିରରେ ଚୟନକାରୀ କମିଟିର ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୩ଜଣ ଓଡ଼ିଆ ଖେଳାଳି। କିଛି ଦିନ ତଳେ ବାଂଲାଦେଶରେ ଶେଷ ହୋଇଥିବା ଏସିଆ କପ୍‌ରେ ଭାରତୀୟ ଟିମ୍‌ ଚମ୍ପିଅନ ହୋଇଥିବା ବେଳେ ଅମିତ ରୋହିଦାସ ଓ ଦୀପସାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ।