ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌: ଲକ୍ଷ୍ୟଙ୍କୁ କାଂସ୍ୟ

ମାର୍ଖାମ୍: ଯୁବ ଭାରତୀୟ ତାରକା ଲକ୍ଷ୍ୟ ସେନ୍ ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା‌ରେ କାଂସ୍ୟ ପଦକ କରାୟତ କରିଛନ୍ତି। କନିଷ୍ଠ ଏସୀୟ ମୁକୁଟ ହାତେଇଥିବା ଏହି ୧୭ ବର୍ଷୀୟ ‌ଭରତୀୟ ତାରକା ରବିବାର ସେମିଫାଇନାଲ୍‌‌ରେ ୨୨-୨୦, ୧୬-୨୧, ୧୪-୨୧ରେ ଥାଇଲାଣ୍ଡର କୁନଲାଭୁତ ଭିତିଦସର୍ନଙ୍କଠୁ ହାରି ଯାଇଥିଲେ। ଫଳରେ ବିଶ୍ବ କନିଷ୍ଠ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ଲକ୍ଷ୍ୟ କାଂସ୍ୟ ପଦକରେ ସନ୍ତୁଷ୍ଠ ହୋଇଥିଲେ। ଏଥି ସହିତ ଦ୍ବିତୀୟ ଭାରତୀୟ ଭାବେ ଲକ୍ଷ୍ୟ ବିଶ୍ବ କନିଷ୍ଠ ପ୍ରତିଯୋଗିତାରେ ପଦକ ଜିତିବାର ଗୌରବ ପାଇଲେ। ଏହାପୂର୍ବରୁ ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକମାତ୍ର ଭାରତୀୟ ଭାବେ ସାଇନା ନେହୱାଲ୍ ୨୦୦୮ ପୁନେ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିବାରେ ସୌଭାଗ୍ୟ ପାଇଥି‌ଲେ।

ସମ୍ବନ୍ଧିତ ଖବର