ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌: ଶ୍ରୀଲଙ୍କାକୁ ହରାଇଲା ଭାରତ

ମାର୍ଖାମ୍‌: ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ‌ ଗ୍ରୁପ୍‌ ‘ଇ’ରେ ସ୍ଥାନ ପାଇଥିବା ଭାରତ ମିଶ୍ରିତ ଦଳୀୟ ଇଭେଣ୍ଟ୍‌ର ପ୍ରଥମ ମ୍ୟାଚ୍‌ରେ ୩-୦ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ୨୧-୧୧, ୨୧-୧୦ରେ ଶ୍ରୀଲାଙ୍କାର ଚିରାଥ ଲେପୁରୁମାଚି ଓ ଗାଭିନ ଦୁଲ୍‌ସିତ ମୋରାଗୋଡାଙ୍କୁ ହରାଇ ୧-୦ରେ ଅଗ୍ରଣୀ ଦେଇଥିଲେ। ମହିଳା ଏକକରେ ମାଳବିକା ବନସୋଦ ୧୪-୨୧, ୨୧-୧୧, ୨୧-୧୬ରେ ଦିଲିମି ଦିଆସ୍‌ଙ୍କୁ ହରାଇ ଭାରତକୁ ୨-୦ରେ ଆଗୁଆ କରିଥିଲେ। ପରେ ଏସୀୟ ବିଜେତା ଲକ୍ଷ୍ୟ ସେନ୍‌ ପୁରୁଷ ଏକକରେ ୨୧-୯, ୨୧-୮ରେ ଦୁମିନ୍ଦୁ ଆବେବିକ୍ରମାଙ୍କୁ ହରାଇ ଭାରତକୁ ୩-୦ର ଏକପାଖିଆ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର