ଭୁବନେଶ୍ବର: ସୁକୋକାଇ କରାଟେ ଡୋ ଓ ଉତ୍କଳ କରାଟେ ସ୍କୁଲ୍ ଆନୁକୂଲ୍ୟରେ ଚାଲିଥିବା ୧୩ତମ ସର୍ବଭାରତୀୟ କରାଟେ ପ୍ରତିଯୋଗିତାରେ ରବିବାର ତୃତୀୟ ଦିନରେ ଓଡ଼ିଶା ଖେଳାଳି ୧୦୪ରୁ ୧୦୦ ପଦକ ପୋଛି ନେଇଛନ୍ତି। ଅନ୍ୟ ୪ (୨ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ପଦକ ଝାଡ଼ଖଣ୍ଡ ଖେଳାଳି ପାଇଛନ୍ତି। ତୃତୀୟ ଦିନରେ ୧୦, ୧୧ ଓ ୧୨ ବର୍ଷରୁ କମ୍ ବର୍ଗରେ ମୋଟ ୨୭ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରୁ ୨୩ଟିରେ ଓଡ଼ିଶା ଖେଳାଳି ପଦକ ପୋଛି ନେଇଥିଲେ। ପ୍ରତିଯୋଗିତାକୁ ଖାରବେଳ ମଲ୍ଲିକ, ଜୟଦେବ ପଟ୍ଟନାୟକ, ମହେଶ ଚନ୍ଦ୍ର ବରାଳ, ରାଜୀବ ସିଂ, ଦୀପକ ସାମନ୍ତରା, ଅରବିନ୍ଦ ପଟ୍ଟନାୟକ, ଏନ୍ବି ପଟ୍ଟନାୟକ, ମନ୍ତୁ ଯୋଶୀ, ମୁନାସିଂ ଲାଲ, କ୍ରିଷ୍ଣା ଶିକାରୀ, ଅଶୋକ ବାରିକ, ସୁବାଶିଷ ମହାପାତ୍ର, ଦୁର୍ଗା ପ୍ରସାଦ ରଥ, ବିମଳ ଦୀପ ଲାଲ, ବିଜୟ କୁମାର ସାମଲ, ଅର୍ଜିତ ମୁଖାର୍ଜୀ, ଦେବବ୍ରତ ସମାଦର, ଗୋପାଳ ଚନ୍ଦ୍ର ଦାସ, ସହଦେବ ଗୋପେ, ବିଜନ ଦଳବେହେରା, ରାହୁଲ କଲେଣ୍ଡି, ରାଜେନ୍ଦ୍ର ସାମଲ, ଜୁନେଶ ଦିଗଲ, ସମୀର ବହିଦାର, ସୁରେଣ ଜାଲ, ସନ୍ଦୀପ ମହାନ୍ତି, ସୁମନ୍ତ ପଣ୍ଡା, ଅରବିନ୍ଦ ବାରିକ ପରିଚାଳନା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp