ଟାମ୍ପେର (ଫିନ୍ଲାଣ୍ଡ): ଭାରତର ୯୪ ବର୍ଷୀୟା ସ୍ପ୍ରିଣ୍ଟର ଭଗବାନୀ ଦେବୀ ଏଠାରେ ଆୟୋଜିତ ବିଶ୍ବ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦୦ ମିଟର ଦୌଡ଼କୁ ସେ ୨୪.୭୪ ସେକେଣ୍ଡରେ ଶେଷ କରି ଏହି ପଦକ କରାୟତ୍ତ କରିଥିଲେ। ସେ ମଧ୍ୟ ଏଠାରେ ସଟ୍ପୁଟ୍ରେ କାଂସ୍ୟ ପଦକ ଜିତିଥିଲେ। ତାଙ୍କର ଏହି ସଫଳତାରେ କ୍ରୀଡ଼ା ମନ୍ତ୍ରାଳୟ ଶୁଭେଚ୍ଛା ଜଣାଇଛି। ଏହି ପ୍ରତିଯୋଗିତା ଟାମ୍ପେର୍ରେ ଜୁନ୍ ୨୯ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଅୟୋଜିତ ହୋଇଥିଲା। ଏଥିରେ ୩୫ ବର୍ଷ ଏବଂ ଏହାଠୁ ଅଧିକ ବୟସର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
ବିଶ୍ବ ମାଷ୍ଟର୍ସ ଦୌଡ଼କୁଦ: ୯୪ ବର୍ଷୀୟା ଭଗବାନୀ ଦେବୀଙ୍କୁ ପଦକ
/sambad/media/post_attachments/wp-content/uploads/2022/07/fshsfhsfhfh654f65h465.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)