ଲଣ୍ତନ: ଲର୍ଡ୍ସରେ ଭାରତର ବିଜୟ ପରେ ପୁରା କ୍ରିକେଟ ଦୁନିଆ ଏବେ ଭାରତୀୟ ଦଳକୁ ପ୍ରଶ˚ସା କରିବାରେ ଲାଗିପଡ଼ିଛନ୍ତି। ଏହି ପ୍ରଶ˚ସାକାରୀଙ୍କ ମଧ୍ୟରେ କ୍ରିକେଟ କିଂବଦନ୍ତି ସଚିନ ତେନ୍ଦୁଲକର ସବୁଠୁ ଆଗରେ ରହିଛନ୍ତି। ଇ˚ଲଣ୍ତ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଯେଉଁ ସ୍ଥିରତା ଓ ବିଜୟର ରାସ୍ତା ତିଆରି କରିବା କୌଶଳକୁ ଭାରତୀୟମାନେ ପଡ଼ିଆରେ ଦେଖାଇଥିଲେ ତାହାକୁ ସମସ୍ତେ ପ୍ରଶ˚ସା କରୁଛନ୍ତି।

Advertisment

ପ୍ରଥମେ ଦ୍ରୁତ ବୋଲରମାନେ ବ୍ୟାଟ୍‌ରେ କମାଲ ଦେଖାଇଥିଲାବେଳେ ବୋଲି˚ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୧୫୧ ରନ୍‌ରେ ଜିତାଇଥିଲେ। ଏହା ଫଳରେ ଭାରତ ୫ ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି। ମ୍ୟାଚର ପ୍ରତ୍ୟେକ କ୍ଷଣକୁ ସଚିନ ତେନ୍ଦୁଲକର ଉପଭୋଗ କରିଥିଲାବେଳେ କଠିନ ସମୟରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ତାଙ୍କୁ ଆନନ୍ଦିତ କରିଥିବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ପ୍ରଶ˚ସା କରିବାକୁ ଯାଇ କହିଛନ୍ତି ଯେ, ଦଳର ପ୍ରତ୍ୟେକ ଖେଳାଳି ଯେଉଁ ସ୍ବଭାବ ଓ ସାହସର ସହ ଖେଳିଛନ୍ତି ତାହାକୁ ଅତି ନିକଟରୁ ଦେଖିବାକୁ ଭଲ ଲାଗିଥିଲା। ବ୍ୟାଟି˚ କିଂବଦନ୍ତି ଭିଭିଏସ୍‌ ଲକ୍ଷ୍ମଣଙ୍କ ମତରେ ଏଭଳି ମ୍ୟାଚକୁ ପ୍ରତ୍ୟେକ ଭାରତୀୟ ପ୍ରଶ˚ସକ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେରଖିବେ। ବୁମ୍‌ରା ଓ ସାମି ବ୍ୟାଟ୍‌ରେ ଲଢେଇ କରିଥିଲାବେଳେ ସିରାଜ, ଈଶାନ୍ତ, ବୁମ୍‌ରା, ସାମିଙ୍କ ଦ୍ରୁତ ବୋଲି˚ ଭାରତକୁ ଜିତାଇପାରିଥିବା ସେ କହିଛନ୍ତି। ପୂର୍ବତନ ଵିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ କହିଛନ୍ତି, ମ୍ୟାଚକୁ ଉଜ୍ଜୀବିତ ରଖିବାଠାରୁ ଆରମ୍ଭ କରି ପୁନର୍ଜୀବନ ମିଳିବା ସବୁକିଛି ଏଥିରେ ଥିଲା। ଏହା ଏକ ଥ୍ରୀଲର୍‌ଠୁ କମ୍‌ ନଥିଲା। ଏହି ମ୍ୟାଚର ହାଇଲାଇଟ୍ସକୁ ଭବିଷ୍ୟତରେ ଅନେକ ଥର ଦେଖିବାକୁ ମିଳିବ ବୋଲି ସେ ପୋଷ୍ଟ କରିଛନ୍ତି।

କେବଳ ଭାରତୀୟ ନୁହଁନ୍ତି ପୂର୍ବତନ ଅଷ୍ଟ୍ରେଲିୟ ସ୍ପିନର ସେନ୍‌ ଵର୍ଣ୍ଣ ଓ ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ମାଇକେଲ ଭନ୍‌ ମଧ୍ୟ କୋହଲି ଓ ତାଙ୍କ ଦଳକୁ ପ୍ରଶ˚ସା କରିଛନ୍ତି। ଭାରତ ଟସ୍‌ ହାରିଥିଲାବେଳେ ପ୍ରଥମ ପାଳିରେ ପଛୁଆ ରହିଥିଲା। ଦ୍ବିତୀୟ ପାଳିରେ ପନ୍ତ ଆଉଟ ହେବା ପରେ ଇ˚ଲଣ୍ତ ଜିତିଯିବା ନେଇ ଅନୁମାନ କରାଯାଉଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଲଢେଇ କରିଥିବାରୁ ସେମାନେ ବିଜୟର ହକ୍‌ଦାର ଥିଲେ ବୋଲି ଵର୍ଣ୍ଣ କହିଛନ୍ତି। ସେହିପରି ଭାରତୀୟ ମାନେ କାହିଁକି ଇ˚ଲଣ୍ତଠୁ ବହୁମାତ୍ରାରେ ଭଲ ତାହା ଏହି ମ୍ୟାଚରେ ପ୍ରମାଣିତ ହୋଇପାରିଥିବା ଭନ୍‌ କହିଛନ୍ତି।

ଆଇସିସି ଟେଷ୍ଟ୍‌ ମାନ୍ୟତା: ରାହୁଲଙ୍କ ଉନ୍ନତି, ପଞ୍ଚମରେ କୋହଲି ସ୍ଥିର
ଦୁବାଇ: ଲର୍ଡ୍ସ ଟେଷ୍ଟରେ ଶତକ ଅର୍ଜନ କରିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ୍‌ ମାନ୍ୟତାରେ ୧୯ଟି ପାହାଚ ଉପରକୁ ଚଢ଼ି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଏହାବାଦ୍‌ ଅଧିନାୟକ ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କ ତାଲିକାର ଶ୍ରେଷ୍ଠ ଭାରତୀୟ ଖେଳାଳି ଭାବେ ପଞ୍ଚମ ସ୍ଥାନରେ ରହିଛନ୍ତି। ଗତ ସପ୍ତାହରେ ରାହୁଲ ୫୬ତମ ସ୍ଥାନରେ ରହିଥିଲେ। କିନ୍ତୁ ଲର୍ଡ୍ସରେ ସେ ୧୨୯ ରନ୍‌ର ପାଳି ଖେଳିଥିବା ବେଳେ ଭାରତ ୧୫୧ରନ୍‌ରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ କୋହଲି ଗତସପ୍ତାହରେ ତଳକୁ ଖସିଆସିଥିଲା ବେଳେ ପଞ୍ଚମରେ ରହିଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଵିକେଟରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ୍‌ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି।

ଇ˚ଲଣ୍ଡ ଅଧିନାୟକ ଜୋ ରୁଟ୍‌ ଚଳିତ ଶୃଙ୍ଖଳା ଆରମ୍ଭ ବେଳେ ପଞ୍ଚମ ସ୍ଥାନରେ ରହିଥିଲା ବେଳେ ପ୍ରଥମ ମ୍ୟାଚ୍‌ ପରେ କୋହଲିଙ୍କୁ ପଛରେ ପକାଇ ଦେଇଥିଲେ। ଯାହାଫଳରେ ସେ ଦୁଇଟି ସ୍ଥାନ ଚଢ଼ିଥିଲା ବେଳେ ଦ୍ବିତୀୟ ଟେଷ୍ଟ ପରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କୁ ୮୯୩ ପଏଣ୍ଟ୍‌ ମିଳିଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଉଲିୟମସନ୍‌ଙ୍କଠୁ ମାତ୍ର ୮ ପଏଣ୍ଟ୍‌ ପଛକୁ ରହିଛନ୍ତି।

ରବୀନ୍ଦ୍ର ଜାଦେଜା ଅଲରାଉଣ୍ଡର ମାନ୍ୟତାରେ ତୃତୀୟ ସ୍ଥାନକୁ ଖସିଥିଲା ବେଳେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚତୁର୍ଥ ସ୍ଥାନରେ ଅଛନ୍ତି। ବୋଲରଙ୍କ ତାଲିକାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଗୋଟିଏ ସ୍ଥାନ ତଳକୁ ଖସି ଦଶମରେ ପହଞ୍ଚିଥିବା ବେଳେ ମହମ୍ମଦ ସିରାଜ ଲର୍ଡ୍ସରେ ୪ଟି ଵିକେଟ ନେବା ପରେ ୧୮ଟି ସ୍ଥାନ ଉପରକୁ ଉଠି ୩୮ତମ ସ୍ଥାନରେ ପହଞ୍ଚିଛନ୍ତି। ଇ˚ଲଣ୍ଡର ଜେମ୍ସ ଆଣ୍ଡରସନ୍‌ଙ୍କୁ ୫ ଵିକେଟ ସଫଳତା ମିଳିବା ପରେ ତାଙ୍କ ମାନ୍ୟତାରେ ଉନ୍ନତି ହୋଇଥିଲା ବେଳେ ସେ ଷଷ୍ଠରେ ପହଞ୍ଚିଛନ୍ତି।