ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଗ୍ବାଙ୍ଗ୍ଜୁଠାରେ ଆୟୋଜିତ ବିଶ୍ବ ପାରା ତୀରନ୍ଦାଜୀରେ ଭାରତର ୧୮ବର୍ଷୀୟା ତୀରନ୍ଦାଜ ଶୀତଲ ଦେବୀ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୁଇ ହାତ ନଥିବା ପ୍ରତିଯୋଗୀ ଭାବେ ଏହି ପ୍ରତିଯୋଗିତାର ବ୍ୟକ୍ତିଗତ କମ୍ପାଉଣ୍ଡ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ପୁରୁଷ କମ୍ପାଉଣ୍ଡ୍ରେ ତୋମନ କୁମାର ସ୍ବର୍ଣ୍ଣ ପଦକ ଜିତି ଭାରତର ଖୁସିକୁ ଦ୍ବିଗୁଣିତ କରିଛନ୍ତି। ଶନିବାର ଭାରତୀୟ ଦୁଇ ଜଣ ବିଶ୍ବବିଜେତା ହେବା ସହ ପାଞ୍ଚଟି ପଦକ ପାଇଛି।
ଫାଇନାଲ୍ରେ ଜମ୍ମୁ କାଶ୍ମୀର ଝିଅ ଶୀତଲ ୧୪୬-୧୪୩ ପଏଣ୍ଟ୍ରେ ତୁର୍କିର ବିଶ୍ବ ନମ୍ବର ୧ ଅନଜୁର କୁରେଙ୍କୁ ହରାଇ ବିଜେତା ହୋଇଥିଲେ। ସେ ମଧ୍ୟ ଏହି ପ୍ରତିଯୋଗିତାର ଏକମାତ୍ର ଖେଳାଳି ଥିଲେ, ଯିଏ କେବଳ ଗୋଡ଼ ଓ ବେକ ଉପଯୋଗ କରି ତୀର ମାରି ସ୍ବର୍ଣ୍ଣ ପଦକ ଜିତିବାର ବିରଳ ସଫଳତା ଲାଭ କରିଥିଲେ। ଏହା ପୂର୍ବରୁ ପ୍ୟାରିସ୍ ପାରାଲିମ୍ପିକ୍ସରେ ଶୀତଲ କାଂସ୍ୟ ପଦକ ଜିତିଥିଲେ। ସେହିଭଳି ଚଳିତ ବିଶ୍ବ ଚାମ୍ପିଅନସିପ୍ର ମହିଳା ଦଳଗତ ଏବଂ ମିଶ୍ରିତ ବର୍ଗରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/28/dgdaggad-2025-09-28-03-21-49.jpg)