କଟକ: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଆୟୋଜିତ ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା ପୁଲିସର ୪ ଜଣ ଯୁବ କ୍ରୀଡ଼ାବିତ୍ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। କନେଷ୍ଟବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ଯଥାକ୍ରମେ ପୁରୁଷ ଓ ମହିଳା ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ପୂର୍ବରୁ ଏହି ଦୁଇ ଜଣ ମଧ୍ୟ ୮୦୦ ମିଟରରେ ସ୍ବର୍ଣ୍ଣ ଜିତିଥିଲେ। ଫଳରେ ଉଭୟ ଏ ପର୍ଯ୍ୟନ୍ତ ୨ଟି ଲେଖାଏଁ ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଛନ୍ତି। ସେହିଭଳି କରାଟେରେ କନେଷ୍ଟବଳ ଭଗବାନ ରେଡ୍ଡୀ (୬୪ କିଲୋଗ୍ରାମରୁ କମ୍) ଏବଂ ସୁମନ ଶେଖର ଦାସ (୮୪ କିଲୋଗ୍ରାମରୁ କମ୍) ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ସ୍ବର୍ଣ୍ଣ ବିଜେତାଙ୍କୁ ପୁଲିସ ଡିଜି ଵାଇ ବି ଖୁରାନିଆ ଅଭିନନ୍ଦନ ଜଣାଇଛନ୍ତି।