ଟି-୨୦ କ୍ରିକେଟରେ ବିଶ୍ବରେକର୍ଡ : ସବୁଠାରୁ ବଡ଼ ଲକ୍ଷ୍ୟର ପିଛା କରି ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍ : ଟି-୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଏହି ଦଳ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ସବୁଠାରୁ ବଡ଼ ଲକ୍ଷ୍ୟକୁ ସଫଳତାର ସହ ପିଛା କରି ବିଜୟ ହାସଲ କରିଛି ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଜନସନ ଚାର୍ଲସଙ୍କ ବିସ୍ଫୋରକ ଶତକ ଓ କାୟଲ ମେୟର୍ସଙ୍କ ୫୧ ରନ ବଳରେ ୨୦ ଓଭରରେ ୫ ୱିକେଟ୍ ହରାଇ ୨୫୮ ରନ୍ କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୫୯ ରନର ବିଶାଳ ଲକ୍ଷ୍ୟ ରହିଥିଲା ।

କିନ୍ତୁ ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ବିଶାଳ ରନକୁ ଦେଖି ହାର ମାନିନଥିଲା । ଏହି ଦଳ କ୍ବିଣ୍ଟନ ଡିକକଙ୍କ ବିସ୍ଫୋରକ ଶତକ ଓ ରିଜା ହେଣ୍ଡ୍ରିକ୍ସଙ୍କ ୬୮ ରନ୍ ବଳରେ ୭ ବଲ୍ ଓ ୬ ୱିକେଟ୍ ବାକି ଥାଇ ୨୫୯ ରନ୍ ର ଲକ୍ଷ୍ୟ ହାସଲ କରିଥିଲା । ଡିକକ୍ ମାତ୍ର ୪୪ଟି ବଲରେ ୯ ଚୌକା ଓ ୮ ଛକା ସାହାଯ୍ୟରେ ନିଜ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ଅଧିନାୟକ ଏଡେନ୍ ମାର୍କରାମ ୨୧ ବଲ୍ ରୁ ଅପରାଜିତ ୩୮ ରନ୍ କରିଥିବା ବେଳେ ହେନରିକ୍ କ୍ଲାସେନ୍ ୭ ବଲ୍ ରୁ ୧୬ ରନ୍ କରି ଦଳକୁ ବିଜୟ ଆଣିଦେଇଥିଲେ ।

ସମ୍ବନ୍ଧିତ ଖବର