ବିଶ୍ୱ ଟି-୨୦ ଏବେ ଟି-୨୦ ବିଶ୍ୱକପ୍‌ ନାମରେ ହେବ ପରିଚିତ: ଆଇସିସି

ଦୁବାଇ: ବିଶ୍ୱ ଟି-୨୦ ଚାମ୍ପିଅନସିପ୍‌ର ନାମ ପରିବର୍ତ୍ତନ ହେବ। ଏହା ‘ଟି-୨୦ ବିଶ୍ୱକପ’ର ପରିଚୟ ପାଇବ ବୋଲି ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କହିଛି। ଆଇସିସି କହିଛି ଯେ, ଏହି ଟୁର୍ଣ୍ଣାମେଣ୍ଟର ମାନ୍ୟତା ଦିନିକିଆ ଏବଂ ଟେଷ୍ଟ ରୂପରେ ପରିପ୍ରକାଶ ପାଇବ। ଆଇସିସି କ୍ୟାଲେଣ୍ଡରରେ ୫୦ ଓଭର ଟୁର୍ଣ୍ଣାମେଣ୍ଟକୁ ବିଶ୍ୱକପ୍‌ କୁହାଯାଉଥିଲା।

ଆଇସିସି ବୋର୍ଡ ପୂର୍ବରୁ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚକୁ ଅନ୍ତର୍ଜାତୀୟ ମାନ୍ୟତା ଦେଇଛି। ସମସ୍ତ ୧୦୪ ସଦସ୍ୟ ଦେଶ ପାଇଁ ଆଞ୍ଚଳିକ ଯୋଗ୍ୟତା ଲାଗୁ କରିଛି।

ଆସନ୍ତା ବର୍ଷ ଠାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ହେଉଛି। ଆଇସିସି ଏକ ବୟାନରେ କହିଛି, ୨୦୨୦ରେ ଅଷ୍ଟ୍ରେଲିଆରେ ହେଉଥିବା ଟି-୨୦ର ଆଗାମୀ ସଂସ୍କରଣକୁ ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ୨୦୨୦ ଏବଂ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୦ ନାମରେ ଜଣାଯିବ। ଏହି ଟୁର୍ଣ୍ଣାମେଣ୍ଟର ନାମ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ଟି-୨୦ ବିଶ୍ୱକପର ମହତ୍ତ୍ୱ ବଢ଼ାଇବା ଉଦ୍ଦେଶ୍ୟରେ କରାଯାଇଛି। ଆଇସିସିର ନିଷ୍ପତ୍ତିକୁ ଦକ୍ଷିଣ ଆଫ୍ରିକାର କ୍ରିକେଟର ଫାଫ୍‌ ଡୁ ପ୍ଲେସିସଙ୍କ ସହିତ ଭାରତୀୟ ପୁରୁଷ ଏବଂ ମହିଳା ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ହରମନପ୍ରୀତ କୌର ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର