ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଟେନିସ ସେଣ୍ଟର୍ଠାରେ ଚାଲିଥିବା ଆଇଟିଏଫ୍ ବିଶ୍ବ ଟେନିସ୍ ଟୁର୍ ଏମ୍୧୫ ଭୁବନେଶ୍ବର ପୁରୁଷ ଯୁଗଳରେ ଭାରତର ସିଦ୍ଧାନ୍ତ ବନ୍ଥିଆ ଓ ଏସ୍ଡି ପ୍ରଜ୍ଜ୍ବଳ ଦେବ ବିଜେତା ହୋଇଛନ୍ତି। ଫାଇନାଲ୍ରେ ସେମାନେ ନିଜ ଦେଶର ମାଧବନ୍ କାମଥ ଓ ରୋହନ ମେହରାଙ୍କୁ ୭-୬ (୫), ୬-୨ରେ ପରାସ୍ତ କରିଥିଲେ। ପ୍ରତିଯୋଗିତା ନିର୍ଦ୍ଦେଶକ ତଥା ଓଡ଼ିଶା ଟେନିସ୍ ସଂଘର ଯୁଗ୍ମ ସଂପାଦକ ସମ୍ବିତ ପଟ୍ଟନାୟକ ଏବଂ ଆଇଟିଏଫ୍ ରେଫରି ପ୍ରବୀଣ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।
ଅନ୍ୟପକ୍ଷରେ ଏକକ ସେମିଫାଇନାଲ୍ରେ ପ୍ରଜ୍ଜ୍ବଳ ଦେବ ୭-୬ (୪), ୬-୦ରେ ମନୀଷ ସୁରେଶକୁମାର ଏବଂ ଦିଗ୍ବିଜୟ ପ୍ରତାପ ସିଂହ ୬-୩, ୬-୨ରେ ସ୍ଥାନୀୟ ତାରକା କବୀର ହଂସଙ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ରବିବାର ଅପରାହ୍ଣ ୨.୩୦ରେ ଫାଇନାଲ୍ରେ ସପ୍ତମ ସିଡ୍ ଦିଗ୍ବିଜୟ ଓ ଦ୍ବିତୀୟ ସିଡ୍ ପ୍ରଜ୍ଜ୍ବଳ ମୁହାଁମୁହିଁ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/23/dgdgdgaczv-2025-11-23-02-18-21.jpg)